ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର

0

ତାମିଲନାଡୁ: ଅଭିନୟରୁ ରାଜନୀତିକୁ ଆସିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ ରାଜ୍ୟବାସୀଙ୍କ ପାଇଁ ଏକାଧିକ ଲୋକକଲ୍ୟାଣମୂଳକ ଘୋଷଣା କରିଛନ୍ତି। ତାଙ୍କ ସରକାର ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକୁ ପ୍ରତିବର୍ଷ ୩ଟି ଏଲ୍‌ପିଜି ସିଲିଣ୍ଡରର ଖର୍ଚ୍ଚ ଯୋଗାଇବ। ଯେଉଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍‌, ସେମାନେ ଏହି ସୁବିଧା ପାଇବେ। ସିଲିଣ୍ଡର ବାବଦ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ବିଧାନସଭା ନିର୍ବାଚନ ସମୟରେ ବିଜୟଙ୍କ ଦଳ ଟିଭିକେ ପ୍ରତି ପରିବାରକୁ ବର୍ଷକୁ ୬ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏବେ ସରକାର ପ୍ରଥମ ପର୍ଯ୍ୟାୟରେ ୩ଟି ସିଲିଣ୍ଡରର ଖର୍ଚ୍ଚ ବହନ କରିବା ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କିନ୍ନର ସମ୍ପ୍ରଦାୟ ପାଇଁ ମଧ୍ୟ ବିଜୟ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି କିନ୍ନରମାନେ ସରକାରୀ ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ।

ମହିଳାଙ୍କ ପାଇଁ ଚାଲୁଥିବା ‘ଭେଟ୍ଟ୍ରି ପାୟାନା ଥିତାମ’ ଯୋଜନାକୁ ମଧ୍ୟ ବ୍ୟାପକ କରାଯାଇଛି। ଏଣିକି ମହିଳାମାନେ କେବଳ ସାଧାରଣ ବସ୍‌ ନୁହେଁ, ଏକ୍ସପ୍ରେସ, ଏଲ୍‌ଏସ୍‌ଏସ୍‌ ଓ ଡିଲକ୍ସ ବସ୍‌ରେ ମଧ୍ୟ ମାଗଣା ଯାତ୍ରା କରିପାରିବେ। ଏହି ସୁବିଧା ଅନ୍ତଃଜିଲ୍ଲା ଯାତ୍ରା ପାଇଁ ମଧ୍ୟ ଲାଗୁ ହେବ ବୋଲି ବିଜୟ ଘୋଷଣା କରିଛନ୍ତି।

Leave A Reply

Your email address will not be published.