ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌

0

ନୂଆଦିଲ୍ଲୀ: ଡିଜିଟାଲ ପ୍ରଯୁକ୍ତି ସହ ଦେଶର ଡାକସେବାକୁ ଅଧିକ ସହଜ ଓ ଆଧୁନିକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୋମବାର ‘ଡାକ ମିତ୍ର’ ଓ ‘ଡାକ ସେବା’ର ଉନ୍ନତ ସଂସ୍କରଣ ଲଞ୍ଚ କରିଛନ୍ତି। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ନବୀକରଣ କରାଯାଇଥିବା ୧୪ଟି ଡାକଘର କୋଠାର ମଧ୍ୟ ଉଦ୍‌ଘାଟନ କରାଯାଇଛି।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଷ୍ଟ୍ରମନ୍ତ୍ରୀ ଡ. ଚନ୍ଦ୍ରଶେଖର ପେମ୍ମାସାନି ଏହି ଦୁଇ ଆପ୍‌ର ଉନ୍ନତ ସଂସ୍କରଣ ଲଞ୍ଚ କରିବା ସହ ନବୀକରଣ ଡାକଘରଗୁଡ଼ିକୁ ଉଦ୍‌ଘାଟନ କରିଥିଲେ। ସିନ୍ଧିଆ କହିଛନ୍ତି, ପ୍ରଯୁକ୍ତି, ନୀତିଗତ ସଂସ୍କାର, ସାଂଗଠନିକ ପରିବର୍ତ୍ତନ ଓ ଆଧୁନିକ ଭିତ୍ତିଭୂମି ଜରିଆରେ ଭାରତୀୟ ଡାକ ବିଭାଗରେ ବ୍ୟାପକ ପରିବର୍ତ୍ତନ ଚାଲିଛି। ‘ଡାକ ସେବା’ ଓ ‘ଡାକ ମିତ୍ର’ ଏହି ପରିବର୍ତ୍ତନର ଏକ ଅଂଶ ଏବଂ ଏହା ଡାକସେବାକୁ ସମସ୍ତ ପିଢ଼ିର ଲୋକଙ୍କ ପାଇଁ ଅଧିକ ସହଜ ଓ ସୁଗମ କରିବ ବୋଲି ସେ କହିଛନ୍ତି। ଡ. ପେମ୍ମାସାନିଙ୍କ ଅନୁସାରେ, ‘ଡାକ ମିତ୍ର’ ଡାକ କର୍ମଚାରୀଙ୍କୁ ଡିଜିଟାଲ ମାଧ୍ୟମରେ ଘର ଦୁଆରେ ସେବା ଯୋଗାଇବାରେ ସହାୟତା କରିବ। ଅନ୍ୟପକ୍ଷରେ ‘ଡାକ ସେବା’ ଆପ୍‌ରେ ଏକାଧିକ ଡାକସେବାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇଛି। ଏହି ଆପ୍‌ ୨୩ଟି ଭାରତୀୟ ଭାଷାରେ ବ୍ୟବହାର କରାଯାଇପାରିବ।

ଉନ୍ନତ ‘ଡାକ ମିତ୍ର’ ଆପ୍‌ ଦେଶର ୧.୪ ଲକ୍ଷରୁ ଅଧିକ ଶାଖା ଡାକଘର ପାଇଁ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ଭାବେ କାମ କରିବ। ଆଣ୍ଡ୍ରଏଡ୍‌ ଆଧାରିତ ହ୍ୟାଣ୍ଡହେଲ୍ଡ ଡିଭାଇସ୍‌ ଜରିଆରେ ଶାଖା ଡାକପାଳମାନେ କାଗଜବିହୀନ ଓ ରିଅଲ୍‌-ଟାଇମ୍‌ ସେବା ଯୋଗାଇପାରିବେ। ଏଥିରେ ମେଲ୍‌ ବୁକିଂ, ଓଟିପି ଆଧାରିତ ଘରୋଇ ଡେଲିଭରି, କୋର୍‌ ବ୍ୟାଙ୍କିଂ, ବୀମା ସେବା, ଆଧାର ଆଧାରିତ ବାୟୋମେଟ୍ରିକ୍‌ ଇ,-କେୱାଇସି ଟଙ୍କା ଜମା ଓ ଉଠାଣ ସହ PLI/RPLI ପ୍ରିମିୟମ୍‌ ସଂଗ୍ରହ ଭଳି ସୁବିଧା ରହିଛି।

Leave A Reply

Your email address will not be published.