ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

0

ନ୍ୟୁଜ ବ୍ୟୁରୋ: ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ସୋମବାର ଭାରତ ୪ଟି ପଦକ ଜିତିଛି। ଏଥିରେ ସୁଟିଂରୁ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଥିବା ବେଳେ ପ୍ରଥମଥର ସାମିଲ ହୋଇଥିବା ମିକ୍ସଡ ମାର୍ଶାଲ ଆର୍ଟସ୍‌ (ଏମ୍‌ଏମ୍‌ଏ)ରୁ ଭାରତକୁ ମିଳିଛି ଐତିହାସିକ କାଂସ୍ୟ। ୧୦ ମିଟର ଏୟାର ରାଇଫଲ୍‌ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ଜିତିଥିବା ବେଳେ ବ୍ୟକ୍ତିଗତ ବର୍ଗରେ ହିମାଂଶୁ ଧିଲୋଁ ରୌପ୍ୟ ଏବଂ ରୁଦ୍ରାଂକ୍ଷ ପାଟିଲ କାଂସ୍ୟ ପଦକ ହାସଲ କରିଛନ୍ତି। ଏମ୍‌ଏମ୍‌ଏରେ ସୂଚିକା ତରିୟାଲ କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଦୁଇ ଦିନରେ ସୁଟିଂରୁ ୫ ଏବଂ ଏମ୍‌ଏମ୍‌ଏରୁ ଗୋଟିଏ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଏଥିରେ ୪ ରୌପ୍ୟ ଓ ୨ କାଂସ୍ୟ ରହିଛି।

ଦଳଗତ କ୍ରୀଡ଼ାରେ ମଧ୍ୟ ଭାରତର ବିଜୟଧାରା ଜାରି ରହିଛି। ମହିଳା ହକିରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇଛି। ପୁରୁଷ କବାଡ଼ିରେ ଜାପାନକୁ ୪୯-୨୪ ଏବଂ ମହିଳା କବାଡ଼ିରେ ବାଂଲାଦେଶକୁ ୪୨-୨୧ ପଏଣ୍ଟରେ ପରାସ୍ତ କରିଛି। ପୁରୁଷ ଓ ମହିଳା ଟେବୁଲ ଟେନିସରେ ପାକିସ୍ତାନକୁ ୩-୦ରେ ଏବଂ ପୁରୁଷ ବ୍ୟାଡ୍‌ମିଣ୍ଟନରେ ବାଂଲାଦେଶକୁ ୩-୦ରେ ହରାଇଛି। ମହିଳା କ୍ରିକେଟରେ ଭାରତ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ସ୍ବର୍ଣ୍ଣ ପାଇଁ ମୁକାବିଲା କରିବ।

Leave A Reply

Your email address will not be published.