ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବିମାନରେ ପାୱାର ବ୍ୟାଙ୍କ ନେବା ମନା

0

ନୂଆଦିଲ୍ଲୀ: ବିମାନରେ ପାୱାର ବ୍ୟାଙ୍କରେ ନିଆଁ ଲାଗିବା ଘଟଣା ପରେ କଡ଼ା ପଦକ୍ଷେପ ନେଇଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)। ଏଣିକି ଭାରତରେ ଚଳାଚଳ କରୁଥିବା ଘରୋଇ ଯାତ୍ରୀବାହୀ ଓ ମାଲବାହୀ ବିମାନରେ ମୋବିକିନ୍ସ ଏମ୍‌କେ-ପିବି-୦୪ ମଡେଲ୍‌ର ପାୱାର ବ୍ୟାଙ୍କ ନେବା ଉପରେ କଟକଣା ଲାଗୁ ହୋଇଛି।

ସୂଚନା ଅନୁସାରେ, ଗତ ରବିବାର ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଥିଲା। ଏହାପରେ ବିମାନଟିକୁ ହାଇଦ୍ରାବାଦ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ଯଦିଓ କୌଣସି ବଡ଼ ଅଘଟଣ ଘଟିନଥିଲା, ତଥାପି ଏହା ବିମାନ ଯାତ୍ରାର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ଡିଜିସିଏ ମହାନିର୍ଦ୍ଦେଶକ ବୀରବିକ୍ରମ ଯାଦବଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିଷିଦ୍ଧ ମଡେଲ୍‌ର ପାୱାର ବ୍ୟାଙ୍କକୁ ଯାତ୍ରୀମାନେ ନିଜ ସହ ନେଇପାରିବେ ନାହିଁ କିମ୍ବା ଏୟାରଲାଇନ୍ସ ଏହା ପରିବହନ କରିପାରିବେ ନାହିଁ। ଏହି ମଡେଲ୍‌କୁ ଚିହ୍ନଟ କରି ରୋକିବା ସହ ଯାତ୍ରୀଙ୍କୁ ସୁରକ୍ଷା ସମ୍ପର୍କିତ ସୂଚନା ଦେବାକୁ ଏୟାରଲାଇନ୍ସଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଲିଥିୟମ୍‌ ବ୍ୟାଟେରୀରେ ନିଆଁ ଲାଗିବାର ଆଶଙ୍କା ଥିବାରୁ ବିଶ୍ୱର ବିଭିନ୍ନ ଦେଶରେ ବିମାନ ଯାତ୍ରା ସମୟରେ ପାୱାର ବ୍ୟାଙ୍କ ଓ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ୍‌ ଉପକରଣ ବ୍ୟବହାର ଉପରେ କଟକଣା କଡ଼ାକଡ଼ି କରାଯାଉଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜିସିଏ ଏହି ପଦକ୍ଷେପ ନେଇଛି।

Leave A Reply

Your email address will not be published.