ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ

0

ମଧ୍ୟପ୍ରଦେଶ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପୁଣି ରାଜ୍ୟସଭା ପଠାଇବାକୁ ପ୍ରସ୍ତୁତି କରିଛି ବିଜେପି। ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ବୁଧବାର ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପୁରୀଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ କରିଥିବା ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତାମିଲନାଡୁର ବିଜେପି ନେତା ଏଲ୍‌. ମୁରୁଗାନ୍‌ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶର ଏହି ଆସନ ଖାଲି ପଡ଼ିଛି। ଏହି ଆସନ ପାଇଁ ଏବେ ହରଦୀପ ସିଂହ ପୁରୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ୧୯୫୨ ଫେବୃଆରୀ ୧୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ପୁରୀ ଜଣେ ବରିଷ୍ଠ ବିଜେପି ନେତା, ପୂର୍ବତନ କୂଟନୀତିଜ୍ଞ ଓ ଲେଖକ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜରୁ ଇତିହାସରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୧୯୭୪ ବ୍ୟାଚ୍‌ର ଭାରତୀୟ ବୈଦେଶିକ ସେବା ଅଧିକାରୀ ଭାବେ ସେ ପ୍ରାୟ ୩୯ ବର୍ଷ କୂଟନୀତିଜ୍ଞ ଭାବେ କାର୍ଯ୍ୟ କରିଥିଲେ। ଜେନେଭା ଓ ନ୍ୟୁୟର୍କରେ ମିଳିତ ଜାତିସଂଘଠାରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ।

୨୦୧୪ରେ ବିଜେପିରେ ଯୋଗ ଦେଇଥିବା ପୁରୀ ୨୦୧୭ରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ସେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି। ତାଙ୍କର ବର୍ତ୍ତମାନର ରାଜ୍ୟସଭା କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେବାକୁ ଥିବାରୁ ମଧ୍ୟପ୍ରଦେଶରୁ ପ୍ରାର୍ଥୀ ହେବା ତାଙ୍କର ପରବର୍ତ୍ତୀ ସଂସଦୀୟ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.