ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି

0

ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧିକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ୍‌ (ଡିଆର୍‌)ରେ ୩ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଫଳରେ ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ଡିଏ ମୂଳ ବେତନର ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତ ହେବ। ଏହି ବର୍ଦ୍ଧିତ ହାର ୧ ଜୁଲାଇ ୨୦୨୬ରୁ ଲାଗୁ ହେବ। ଅକ୍ଟୋବର ୨୮ରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଡିଏ ଓ ଡିଆର୍‌ ବୃଦ୍ଧି ଯୋଗୁଁ ସରକାରୀ ରାଜକୋଷ ଉପରେ ବାର୍ଷିକ ପ୍ରାୟ ୧୦,୦୧୬ କୋଟି ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ। ଉଦାହରଣ ସ୍ୱରୂପ, ଜଣେ କର୍ମଚାରୀଙ୍କ ମୂଳ ବେତନ ୧୮,୦୦୦ ଟଙ୍କା ହେଲେ ମାସିକ ଡିଏରେ ୫୪୦ ଟଙ୍କା ବୃଦ୍ଧି ହେବ। ସେହିପରି ୫୬,୧୦୦ ଟଙ୍କା ମୂଳ ବେତନ ଥିବା କର୍ମଚାରୀଙ୍କ ମାସିକ ଡିଏ ୧,୬୮୩ ଟଙ୍କା ବଢ଼ିବ। ଏହା ଅନୁସାରେ ବର୍ଷକୁ ଯଥାକ୍ରମେ ୬,୪୮୦ ଟଙ୍କା ଓ ୨୦,୧୯୬ ଟଙ୍କା ଅତିରିକ୍ତ ଭତ୍ତା ମିଳିବ।

Leave A Reply

Your email address will not be published.