ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁଶାନ୍ତ ସିଂ ମାମଲାର ତଦନ୍ତ କରିବ ସିବିଆଇ

0
  • ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ, ପୂର୍ବାହ୍ନ ୧୧ଟାରେ ଥିଲା ଶୁଣାଣି
  • ୩୫ପୃଷ୍ଠାର ଶୁଣାଣିରେ ୩ଟି ଗୁରୁତ୍ବପୂର୍ଣ୍ଣ ଦିଗ ସଂପର୍କରେ କହିଲେ କୋର୍ଟ
  • ମୁମ୍ବାଇ ପୁଲିସକୁ ଜବରଦସ୍ତ ଧକ୍‌କା, ସେମାନେ ତଦନ୍ତରେ ସହଯୋଗ କରିବେ
  • ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରି ଠିକ୍ କରିଛନ୍ତି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ହତ୍ୟା ଅଭିଯୋଗ ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜର ୩୫ ପୃଷ୍ଠାର ରାୟରେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ସୁଶାନ୍ତ ସିଂ ମାମଲାର ତଦନ୍ତ ସିବିଆଇ ହିଁ କରିବ। କେବଳ ସେତିକି ନୁହେଁ, କୋର୍ଟ ଆହୁରି କହିଛନ୍ତି ଯେ ରାଜପୁତଙ୍କ ପିତା ଦେଇଥିବା ଏଫ୍ଆଇଆରକୁ ସିବିଆଇକୁ ପଠାଇବାକୁ ବିହାର ସରକାରଙ୍କର ଅଧିକାର ଥିଲା। ଏହି ମାମଲା ସଂକ୍ରାନ୍ତରେ ମୁମ୍ବାଇ ପୁଲିସ ସଂଗ୍ରହ କରିଥିବା ସମସ୍ତ ତଥ୍ୟ ପ୍ରମାଣକୁ ସିବିଆଇକୁ ଦେବାକୁ କୋର୍ଟ କହିଛନ୍ତି। କେବଳ ପାଟନା ଏଫଆଇଆର ନୁହେଁ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଅନ୍ୟ କୌଣସି ଏଫଆଇଆର ଯାଞ୍ଚ ପାଇଁ ସିବିଆଇ ଦକ୍ଷ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସୁପ୍ରିମକୋର୍ଟ ସୁନିଶ୍ଚିତ କରିଛନ୍ତି ଯେ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଅନୁସନ୍ଧାନ କରିବାର ସିବିଆଇ ଏକମାତ୍ର କର୍ତ୍ତୃପକ୍ଷ ଏବଂ ଏଥିରେ କୌଣସି ରାଜ୍ୟ ପୋଲିସ ଏଥିରେ ହସ୍ତକ୍ଷେପ କରିପାରିବ ନାହିଁ। ମୁମ୍ବାଇ ପୁଲିସର ଆଭିମୁଖ୍ୟ ନେଇ ମଧ୍ୟ କୋର୍ଟ ତାଙ୍କ ରାୟରେ ସଙ୍କେତ ଦେଇଛନ୍ତି। ଯାହା ଉଦ୍ଧବ ଠାକ୍‌ରେ ସରକାରଙ୍କ ପ୍ରତି ଏକ ଶକ୍ତ ଝଟ୍‌କା ବୋଲି ମଧ୍ୟ କୁହାଯାଉଛି।

ସୁପ୍ରିମକୋର୍ଟ କହିଛନ୍ତି, ସିଆରପିସି ଧାରା ୧୭୪ ଅଧୀନରେ ଅନୁସନ୍ଧାନ କରୁଥିବା ମୁମ୍ବାଇ ପୋଲିସର ଅଧିକାର ସୀମିତ ଅଟେ। କାରଣ ରାଜପୁତଙ୍କ ମୃତ୍ୟୁ ପାଇଁ ମୁମ୍ବାଇ ପୋଲିସ କେବଳ ଏକ ଆକସ୍ମିକ ମୃତ୍ୟୁ ରିପୋର୍ଟ ପଞ୍ଜିକୃତ କରିଥିଲା। ଅନ୍ୟପକ୍ଷରେ ବିହାର ପୋଲିସ ଏକ ସମ୍ପୂର୍ଣ୍ଣ ଏଫ୍ଆଇଆର୍ ପଞ୍ଜୀକୃତ କରିଛି ଯାହା ପୂର୍ବରୁ ସିବିଆଇକୁ ସୂଚିତ ହୋଇଛି। ଏଣୁ କେନ୍ଦ୍ରୀୟ ଏଜେନ୍ସି ଏହି ଘଟଣାର ଅନୁସନ୍ଧାନ କରିବା ଉଚିତ୍।

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ହୃଷିକେଶ ରାୟଙ୍କ ନେତୃତ୍ବରେ ଏକ ବେଞ୍ଚ ଏହି ରାୟ ପ୍ରଦାନ କରିଛନ୍ତି। ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂଙ୍କ ଦ୍ୱାରା ପାଟନାରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଯାଞ୍ଚ ପାଇଁ ବିହାର ସରକାରଙ୍କ ସୁପାରିସ ଉପରେ କେନ୍ଦ୍ର ସର୍ବୋଚ୍ଚ ଅଦାଲତକୁ ସୂଚନା ଦେଇଥିଲେ।

ଅଗଷ୍ଟ ୧୧ ତାରିଖରେ ଏହି ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ସେଦିନ ମହାରାଷ୍ଟ୍ର ସରକାର ଯୁକ୍ତି ବାଢିଥିଲେ ଯେ ଏହି ପ୍ରସଙ୍ଗରେ ବିହାରର ସମ୍ପୂର୍ଣ୍ଣ ଅଧିକାର ନାହିଁ। ଚକ୍ରବର୍ତ୍ତୀଙ୍କ ପରାମର୍ଶଦାତା ବେଞ୍ଚକୁ କହିଥିଲେ ଯେ ମୁମ୍ବାଇ ପୋଲିସର ଅନୁସନ୍ଧାନ ଏହି ମାମଲାରେ ୫୬ଜଣଙ୍କ ବିବୃତ୍ତି ରେକର୍ଡ କରିଥିବାରୁ ଏହା ବହୁ ପରିମାଣରେ ଆଗକୁ ବଢିଛି। ରାଜପୁତଙ୍କ ପିତାଙ୍କ ତରଫରୁ କିନ୍ତୁ କୁହାଯାଇଥିଲା ଯେ ମହାରାଷ୍ଟ୍ର ପୁଲିସ ଉପରେ ସେମାନଙ୍କର ଆସ୍ଥା ନାହିଁ।

Leave A Reply

Your email address will not be published.