ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କେଉଁଠି କରୋନା ମୃତ୍ୟୁ ଛୁଇଁନି, ଜାଣନ୍ତୁ

0

ଭୁବନେଶ୍ବର: ଦୁଇ ଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା। ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଡେଇଁଯାଇଛି। ଆଜିର ୧୧ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦୩ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଛି।

ଦେଶରେ ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ସେଠାରେ ୨୪ହଜାର ୫୮୩ ଜଣ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶାରେ କରୋନା ମୃତ୍ୟୁ ସଖ୍ୟା ବିଶେଷ ନାହିଁ। ଓଡ଼ିଶାର ସ୍ଥାନ ବହୁତ ତଳେ ରହିଛି। ଛତିଶଗଡ଼, ଝାଡଖଣ୍ଡ, କେରଳ ଭଳି ରାଜ୍ୟମାନେ ଓଡ଼ିଶାର ବହୁତ ତଳେ ଅଛନ୍ତି।

ଲାକ୍ଷାଧିକ ଓ ମିଜୋରାମରେ ଜଣେ ବି ଏଯାଏ କରୋନା ଜନିତ ମୃତ୍ୟୁ ଘଟଣା ଘଟିନାହିଁ। ସେହିଭଳି ସିକିମରେ ୩ଜଣ, ନାଗାଲାଣ୍ଡରେ ୯ଜଣ, ମେଘାଳୟରେ ୧୦ଜଣ, ଦାଦ୍ରା ନଗର ହାବେଳି ଓ ଡାମନ ଡିଉରେ ୨ଜଣ ଏବଂ ଅରୁଣାଚଳ ପ୍ରଦେଶରେ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.