ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ବିଜେଡିରେ ପିଢି ବଦଳିଗଲା

0
  • ଯୁବ ଓ ଛାତ୍ର ସଂଗଠନରେ ଅରୁଣ ଓ ସଞ୍ଜୟଙ୍କର ଦବଦବା କମିଲା
  • ବବି ଦାସ ଏବେ ସବୁଠି ସର୍ବେସର୍ବା, ବାପି ଓ ଜିତୁଙ୍କୁ ନେଇ ଆଗକୁ ବଢିଲେ
  • ଯାଜପୁର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର

ଭୁବନେଶ୍ବର: ବିଜୁ ଜନତା ଦଳ ସାଂଗଠନିକ ନେତା ଚୟନ ପ୍ରକ୍ରିୟା ଏବେ ଶେଷସ୍ତରରେ ପହଞ୍ଚିଛି। ମହିଳା, ଯୁବ ଓ ଛାତ୍ର ସଭାପତିଙ୍କୁ ଛାଡି ରାଜ୍ୟ ସଂଗଠନର ଅନ୍ୟ ସବୁ ଗୁୁରୁତ୍ବପୂର୍ଣ୍ଣ ପଦପଦବି ଆପାତତଃ ପୂରଣ ହୋଇସାରିଲେଣି। ହେଲେ ରାଜନୈତିକ ମହଲକୁ ଯେଉଁ ଗୋଟିଏ କଥା ଏହା ଭିତରେ ନୂଆ ନୂଆ ଲାଗୁଛି, ତାହା ହେଲା ସମସ୍ତଙ୍କ ଅଲକ୍ଷ୍ୟରେ ବିଜେଡି ସୁପ୍ରିମୋ ଦଳରେ ସଫଳତାର ସହିତ ପିଢି ପରିବର୍ତ୍ତନ କରିଛନ୍ତି।

ଗତ କିଛି ଦିନ ଧରି ଦଳ ପକ୍ଷରୁ ଜାରି କରାଯାଉଥିବା ପ୍ରେସ ଇସ୍ତାହାରରେ ଦେଖିବାକୁ ମିଳୁଛି ଯେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ତାଙ୍କ ଦାୟିତ୍ବ ସମ୍ଭାଳିବା ଆରମ୍ଭ କଲେଣି। ସମାନ୍ତରାଳ ଭାବେ ବିଜୁ ଯୁବ ଓ ଛାତ୍ର ସଂଗଠନରେ ଏବେ ଆଉ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଏବଂ ବର୍ତ୍ତମାନର ମନ୍ତ୍ରୀ ଅରୁଣ ସାହୁଙ୍କ ଦବ୍‌ଦବା ନାହିଁ। ସେମାନଙ୍କ ଅନୁପସ୍ଥିତିରେ ହିଁ ଉଭୟ ସଂଗଠନକୁ ଚଳଚଞ୍ଚଳ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ସଂଗଠନ ସଂପାଦକ ଶ୍ରୀ ଦାସ ପରୋକ୍ଷରେ ସଙ୍କେତ ଦେଇଛନ୍ତି ଯେ ଉଭୟ ନେତାଙ୍କର ଆଉ ଏହି ସଂଗଠନରେ ବିଶେଷ କିଛି ଆବଶ୍ୟକତା ନାହିଁ, ଯଦିଓ ଗତ ୧୫ବର୍ଷ ଧରି ଏହି ଦୁଇ ନେତା ଯୁବ ଓ ଛାତ୍ର ସଂଗଠନକୁ ଆଖିରେ ରଖି ଦଳରେ ନିଜର ପତିଆରା ସାବ୍ୟସ୍ତ କରୁଥିଲେ। ଉଭୟ ଯୁବ ଓ ଛାତ୍ର ସଂଗଠନ ଦାୟିତ୍ବରେ ଥିଲେ ଓ ଆଜି ଯାଏ ନିଜର କା’ ତିଆରି କରି ପରୋକ୍ଷରେ ସଂଗଠନକୁ ହାତରେ ରଖିଥିଲେ।

ଉଭୟ ସଞ୍ଜୟ ଓ ଅରୁଣଙ୍କ ଠାରୁ ଏହି ଦାୟିତ୍ବ ଚାଲିଯିବା ଘଟଣା ସେମାନଙ୍କର ରାଜନୈତିକ ପତିଆରାକୁ ଢେର୍ ଆଞ୍ଚ ଆଣିଥିବ। ହେଲେ ସେମାନେ ପ୍ରତିବାଦ କରିବାର ଯୁ ନାହିଁ। କାରଣ ସରକାରରେ ଉଭୟଙ୍କୁ ଏତେ ଗୁରୁ ଦାୟିତ୍ବ ଦିଆଯାଇଛି ଯେ ସେମାନଙ୍କର ସାମାନ୍ୟ ଅସନ୍ତୋଷ ପ୍ରକାଶ ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ପଡିପାରେ। ଅରୁଣ ଏବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି। ସେହିଭଳି ନିର୍ବାଚନ ପରେ ହାରିଥିବା କୌଣସି ନେତାଙ୍କୁ ଥଇଥାନ କରାଯାଇନଥିଲେ ହେଁ, ସଞ୍ଜୟଙ୍କ କ୍ଷେତ୍ରରେ ହିଁ ଏହାର ଏକମାତ୍ର ବ୍ୟତିକ୍ରମ ହୋଇଛି। ସଞ୍ଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯାଇଛି, ଯେଉଁଥିପାଇଁ ସେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମସ୍ତ ସୁବିଧା ପାଉଛନ୍ତି। ଏମିତିରେ ବି ତାଙ୍କୁ ସଂଗଠନ ସଂପାଦକ (ମୁଖ୍ୟାଳୟ) ନିଯୁକ୍ତି ଦିଆଯାଇଛି। ଅବଶ୍ୟ ଏହି ପଦବିରେ ପୂର୍ବରୁ ଅଘୋଷିତ ଭାବେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁ କାର୍ଯ୍ୟ କରିଛନ୍ତି, ଯାହାର ବିଶେଷ କୌଣସି ପ୍ରଭାବ ରାଜ୍ୟ ରାଜନୀତିରେ ରହିପାରିନାହିଁ।

ଆହୁରି କୌତୂହଳର କଥା ହେଲା, ଉଭୟ ଯୁବ ଓ ଛାତ୍ର ସଂଗଠନ ଦାୟିତ୍ବ ଆଉ କେହି ନୁହେଁ, ସଂଜୟ ଓ ଅରୁଣଙ୍କ ପାଖଲୋକ ବୋଲି କୁହାଯାଉଥିବା ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ) ଓ ବ୍ୟୋମକେଶ ରାୟ (ବାପି) ହାତେଇ ନେଇଛନ୍ତି। ଉଭୟଙ୍କୁ ଯୁବ ବ୍ୟାପାର ଓ ଛାତ୍ର ବ୍ୟାପାର ଦାୟିତ୍ବ ଦେଖିବାକୁ କୁହାଯାଇଛି। ଏହା ଏକ ନୂଆ ପ୍ରକ୍ରିୟା। ଏବଂ ଉଭୟ ଏହି କ୍ଷମତାକୁ ଧରି ଢେର୍ ବାଟ ଆଗେଇ ଗଲେଣି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳଥିବା ସୂଚନା ଅନୁସାରେ, ଇତିମଧ୍ୟରେ ଜିତୁ ଓ ବାପି ୪ଟି ପର୍ଯ୍ୟାୟରେ ପାଖାପାଖି ୨୦ଟି ଜିଲ୍ଲାର ଛାତ୍ର ଓ ଯୁବ ଗୋଷ୍ଠୀ ସହିତ ବୈଠକ କରିସାରିଛନ୍ତି। ଏଥିରେ ସେମାନେ କିନ୍ତୁ ନିଜର ରାଜନୈତିକ ଗୁରୁଙ୍କୁ ବିଶ୍ବାସକୁ ନେଇନାହାନ୍ତି ବା ଡାକିନାହାନ୍ତି। ଦଳ ସେମାନଙ୍କୁ ଯେଉଁ କ୍ଷମତା ଦେଇଛି, ତାରି ସୀମା ଭିତରେ ରହି ଉଭୟ ନେତା ଓଲଟା ବବି ଦାସଙ୍କୁ ସାମ୍ନାକୁ ଆଣିଛନ୍ତି ଓ ଯୁବ ଏବଂ ଛାତ୍ର ସଂଗଠନ ଦାୟିତ୍ବରେ ଥିବା ଅମରେଶ ପତ୍ରୀ ଏବଂ ରାଣା ପ୍ରତାପ ପାତ୍ରଙ୍କୁ ନେଇ ବୈଠକ ଜାରି ରଖିଛନ୍ତି। ଯେହେତୁ ଏହି ବୈଠକ ରାଜ୍ୟ, ଜିଲ୍ଲା, ବ୍ଲକ ଏପରିକି ଠାଏ ଠାଏ ପଞ୍ଚାୟତସ୍ତରର ନେତାଙ୍କ ପର୍ଯ୍ୟନ୍ତ କରାଯାଉଛି, ଏଣୁ ଦଳର ତୃଣମୂଳ​ସ୍ତର ପର୍ଯ୍ୟନ୍ତ ବାର୍ତ୍ତା ଯାଇଛି ଯେ ଉଭୟ ସଂଗଠନରେ ସଂଜୟ ଓ ଅରୁଣଙ୍କର ପତିଆରା ରହିବ ନାହିଁ। ବରଂ ବବି ଦାସ ମୂଳ ସଂଗଠନ ସହିତ ଉଭୟ ଯୁବ ଏବଂ ଛାତ୍ର ଗୋଷ୍ଠୀକୁ ବି ଉପରୁ ଥାଇ ନିୟନ୍ତ୍ରଣ କରିବେ।

ବବି ଦାସ କିନ୍ତୁ ଏଭଳି ଏକ କୌଶଳ ଅବଲମ୍ବନ କରି ଆଉ ଗୋଟିଏ ବଡ଼ ସଙ୍କେତ ଦେଇଛନ୍ତି। ସଂଜୟ ଓ ଅରୁଣଙ୍କ ଠାରୁ ବାସ୍ତବରେ ସେ ଢେର୍ ଉପରେ ଏକଥା ସେ ପ୍ରମାଣିତ କରିଛନ୍ତି। ମନ୍ତ୍ରୀ ପଦରେ ଆଦୌ ନଥାଇ ବି ସେ ଉଭୟ ସରକାର ଏବଂ ସଂଗଠନରେ ନିଜର ପ୍ରଭାବକୁ ପ୍ରକଟ କରିଛନ୍ତି।

ସେପଟେ ଯାଜପୁର ଜିଲ୍ଲା ରାଜନୀତିରେ ମଧ୍ୟ ତାଙ୍କ କୌଶଳକୁ ଗୁରୁତ୍ବ ଦିଆଯାଉଛି। ଏଇଥିପାଇଁ ଯେ ୨୦୧୯ରେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳର ଉପମୁଖ୍ୟ ସଚେତକ ପଦବି ଦେଇଥିଲେ। ଅକସ୍ମାତ କିନ୍ତୁ ତାଙ୍କ ଠାରୁ ଏହି ପଦବି ଛଡାଇ ନିଆଯାଇ ବିଜେଡି ଯୁବ ନେତା ରୋହିତ ପୂଜାରୀଙ୍କୁ ଦିଆଯାଇଥିଲା। ସେତେବେଳେ ବାର୍ତ୍ତା ଯାଇଥିଲା ଯେ ବବିଙ୍କ ରାସ୍ତାରେ କାଳେ କଣ୍ଟା ହେବେ ସେ ପାଇଁ ଜିତୁଙ୍କୁ ସରକାରୀ ପଦବିରୁ ଅପସାରଣ କରାଯାଇଛି। ହେଲେ ଯୁବ ବ୍ୟାପାର କ୍ଷେତ୍ରରେ ଜିତୁଙ୍କୁ ସାମ୍ନାକୁ ଆଣି ବବି ଏଭଳି ଧାରଣାକୁ ଅମୂଳକ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି। ଜିଲ୍ଲା ରାଜନୀତିରେ ମଧ୍ୟ ତାଙ୍କର ବଡ ଭାଇ ପଣିଆ ଅତୁଟ ରହିଛି। ଏହାଦ୍ବାରା ସେ ଏକଥା ବି ସୂଚାଇଛନ୍ତି ଯେ ଯିଏ ତାଙ୍କ ପାଖେ ରହିବ, ତାକୁ ସେ ଯେ କୌଣସି ସ୍ତରକୁ ନେଇପାରନ୍ତି। ଅବଶ୍ୟ ବିଧାୟକ ପ୍ରୀତିରଂଜନ ଘଡାଇଙ୍କୁ ଢେର୍ ଅସନ୍ତୋଷ କରୁଥିବ। କାରଣ ସେ ତିନି ତିନି ଥର ବିଧାୟକ ହେବା ପରେ ବି ନା ସଂଗଠନ ନା ସରକାରରେ କୌଣସିଠାରେ ତାଙ୍କୁ ଗୁରୁ ଦାୟିତ୍ବ ମିଳୁନାହିଁ।

Leave A Reply

Your email address will not be published.