ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଅଣଓଡ଼ିଆ!

0

ନବୀନ ସ୍ୱଚ୍ଛତାର ପୁଣି ପ୍ରମାଣ ଦେଲେ
ସଶକ୍ତ ଲୋକାୟୁକ୍ତ ଗଠନ ରାସ୍ତା ଖୋଲିଲା
କମିଟିର ସବୁ ସଦସ୍ୟଙ୍କ ମତ ମିଶିଗଲା
ମାର୍ଚ ୧୯ରେ ଚୟନ ହେବେ ଅନ୍ୟ ସଦସ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସଶକ୍ତ ଲୋକାୟୁକ୍ତ ଗଠନ କରିବା ଲାଗି ଅଣ୍ଟାଭିଡିଛନ୍ତି । ରାଜ୍ୟର ପ୍ରଥମ ଲୋକାୟୁକ୍ତ ଭାବେ ଦେଶର ଜଣେ ପ୍ରତିଷ୍ଠିତ ବିଚାରପତି ଦାୟିତ୍ୱ ନେବେ । ବିଶ୍ୱସ୍ତ ସୂତ୍ରରୁ ଏମିତି ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟର ପ୍ରଥମ ଲୋକାୟୁକ୍ତଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ନିର୍ଦେଶନାମା ପ୍ରକାଶ ପାଇବ ।
ମିଳିଥିବା ସୂଚନା ଅନୁସାରେ, ଚୟନ କମିଟି ଲୋକାୟୁକ୍ତ ଅଧ୍ୟକ୍ଷ ପଦବି ପାଇଁ ଯେଉଁ ନାମ ଉପରେ ମୋହର ଲଗାଇଛନ୍ତି ସେ ଓଡ଼ିଶାର ନୁହଁନ୍ତି କିମ୍ୱା ଓଡ଼ିଆ ମଧ୍ୟ ନୁହଁନ୍ତି । ବରଂ ଦେଶର ଜଣେ ନାମକରା ବିଚାରପତିଙ୍କ ନାମକୁ କମିଟି ମୋହର ଲଗାଇଛନ୍ତି । ଚୟନ କମିଟିରେ ଏ ନେଇ କେହି ଆପତ୍ତି ବି ଉଠାଇଛନ୍ତି । ଖୋଦ୍‍ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଏହି କମିଟିରେ ଅଛନ୍ତି । କେବଳ ସେତିକି ନୁହେଁ, ଜଣେ ପ୍ରତିଷ୍ଠିତ ଆଇନଜୀବୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚୟନ କମିଟିର ସଭ୍ୟ ଅଛନ୍ତି ।
ଆସନ୍ତା ମାର୍ଚ୍ଚ ୧୯ ତାରିଖ ଦିନ ଚୟନ କମିଟିର ପରବର୍ତୀ ବୈଠକ ବସିବ ଓ ଲୋକାୟୁକ୍ତର ଅନ୍ୟ ସଦସ୍ୟଙ୍କ ନାମ ସ୍ଥିର ହେବ । ମାର୍ଚ ୩୧ ତାରିଖ ସୁଦ୍ଧା ଏ ସମସ୍ତ ପ୍ରକ୍ରିୟା ଶେଷ ଏବଂ ଏପ୍ରିଲ ୮ ତାରିଖ ସୁଦ୍ଧା ଲୋକାୟୁକ୍ତଙ୍କ ଅଫିସ କାର୍ଯ୍ୟ କରିବ ବୋଲି ମୁଖ୍ୟଶାସନ ସଚିବ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ।
ଏଠାରେ ପ୍ରକାଶଥାଉକି, ଲୋକାୟୁକ୍ତ ଚୟନ ପ୍ରକ୍ରିୟାରେ ଜଣେ ଅଣଓଡ଼ିଆ ବିଚାରପତି ଯଦି ସ୍ଥାନ ପାଆନ୍ତି, ତେବେ ଏହା ଏହି ସଂସ୍ଥାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର ନାରାକୁ ଆହୁରି ବଳିଷ୍ଠ କରିବାରେ ମଧ୍ୟ ସାହାଯ୍ୟ କରିବ । କାରଣ କେନ୍ଦ୍ରରେ ଲୋକପାଳ ଆଇନ ଅନୁମୋଦନ ହେବା ପରେ ପରେ ଓଡ଼ିଶା ପ୍ରଥମ ରାଜ୍ୟଭାବେ ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏ ସଂକ୍ରାନ୍ତ ବିଲ୍‍କୁ ବିଧାନସଭାରେ ପାରିତ କରିଥିଲେ ।

Leave A Reply

Your email address will not be published.