ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପଶ୍ଚିମବଙ୍ଗରେ ମମତା-ମୁକୁଲ ଲଢେଇ

0
  • ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ବଡ଼ କାର୍ଡ ଚଳାଇଲା
  • ଜାତୀୟ ଉପସଭାପତି ଭାବେ ମୁକୁଲ ରୟଙ୍କୁ ନିଯୁକ୍ତି
  • ତୃଣମୂଳ କଂଗ୍ରେସରେ ବିଭାଜନ ପାଇଁ ମଞ୍ଜି ବୁଣିଲେ

କୋଲକାତା: କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ରାଜନୀତିରେ ବି ବିଜେପି ଗୋଟିଏ ବଡ଼ ଗୋଟିଚାଳନା କରିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ରୟଙ୍କୁ ବିଜେପି ଜାତୀୟ ଉପାଧ୍ୟକ୍ଷ ଭାବରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ନିଯୁକ୍ତି ଦେଇଛନ୍ତି। ଶନିବାର ଦିନ ଦଳର ସାଂଗଠନିକ ପୁନର୍ବିନ୍ୟାସ ସମୟରେ ମୁକୁଳଙ୍କ ଦିଆଯାଇଥିବା ନୂଆ ପଦବିକୁ ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିର ଗୋଟିଏ ବଡ଼ ଚାଲ୍ ବୋଲି କୁହାଯାଉଛି।

ମୁକୁଲଙ୍କ ବ୍ୟତୀତ ନଡ୍ଡା ତାଙ୍କ ଟିମ୍‌ରେ ଆଉ ଦୁଇଜଣଙ୍କୁ ସାମିଲ କରିଛନ୍ତି। ଜଣେ ହେଲେ ପୂର୍ବତନ ସାଂସଦ ଅନୁପମ ହାଜ୍‌ରା ଓ ଅନ୍ୟ ଜଣେ ହେଲେ ଲୋକସଭା ସାଂସଦ ରାଜୁ ବିସ୍ତା। ହାଜ୍‌ରାଙ୍କୁ ଜାତୀୟ ସଂପାଦକ ଓ ରାଜୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ଆଉ ଏକ ଉଲ୍ଲେଖନୀୟ ପରିବର୍ତ୍ତନ କ୍ରମରେ ରାହୁଲ ସିହ୍ନାଙ୍କୁ ଜାତୀୟ ସଚିବ ପଦରୁ ହଟାଇ ଦିଆଯାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଉଭୟ ମୁକୁଲ ରୟ ଏବଂ ହାଜ୍‌ରା ତୃଣମୂଳ କଂଗ୍ରେସର ପୂର୍ବତନ ନେତା ଅଟନ୍ତି। ବିଜେପି ସେମାନଙ୍କୁ ଜାତୀୟସ୍ତରରେ ଗୁରୁତ୍ବ ଦେଇ ପଶ୍ଚିମବଙ୍ଗ ରାଜନୀତିରେ ସେମାନଙ୍କ ପତିଆରା ବଢାଇବାକୁ ଉଦ୍ୟମ କରିଛି। ଏହାଦ୍ବାରା ଅନ୍ୟମାନଙ୍କୁ ଏକ ବାର୍ତା ଦିଆଯାଇଛି ଯେ ସେମାନଙ୍କ ପାଇଁ ବି ବିଜେପିରେ ଭଲ ପଦ ମିଳିପାରେ। ଦଳ ଡିଆଁ ରାସ୍ତା ଖୋଲିବା ସହିତ ବିଜେପି ତୃଣମୂଳ କଂଗ୍ରେସରେ ବିଭାଜନ ଲାଗି ଏକ ସୁଯୋଗ ସୃଷ୍ଟି କରିଛି।

ଏଠାରେ ସୂଚନାଥାଉକି, ସେପଟେ ରାଜୁ ବିସ୍ତା କର୍ପୋରେଟ୍ ପୃଷ୍ଠଭୂମିରୁ ଆସିଛନ୍ତି ଯିଏ କି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆହୁରି ପୂର୍ବାନୁମାନ କରୁଛନ୍ତି ଯେ ୨୦୨୧ ବଙ୍ଗଳା ବିଧାନସଭା ନିର୍ବାଚନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିପାରେ। କାରଣ ମୁକୁଲ ରାୟ ତୃଣମୂଳ କଂଗ୍ରେସର ଶୀର୍ଷସ୍ତରରେ ଥିଲେ ଓ ୨୦୧୭ରେ ବିଜେପି ତାଙ୍କୁ ଦଳରେ ନେଇଥିଲେ। ୨୦୧୯ରେ ତାଙ୍କୁ ନିର୍ବାଚନ କମିଟି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ସହିତ ବିଜେପିରେ ଯୋଗଦେଇଥିବା ନେତାମାନେ ସେତେବେଳେ ଏଥିରେ ଅସୁଖୀ ହୋଇଥିଲେ। ଏପରିକି ପରବର୍ତୀ ସମୟରେ ରୟ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରି ଆସିବା ନେଇ ମଧ୍ୟ ଏକ ଗୁଜବ ହୋଇଥିଲା। ଏବେ କେନ୍ଦ୍ରୀୟ ଟିମ୍‌ରେ ମୁକୁଲଙ୍କ ନିଯୁକ୍ତି ପରେ ଏଭଳି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିବା ସହିତ ତୃଣମୂଳରେ ଓଲଟା ଫାଟ ବଢିପାରେ ବୋଲି କୁହାଯାଉଛି।

ଇତିମଧ୍ୟରେ ମୁକୁଲ ଗଣମାଧ୍ୟମକୁ କହିଛନ୍ତି ଯେ ସେ ବିଜେପି ରାଜ୍ୟ ଶାଖା ସଭାପତି ଦିଲ୍ଲୀପ ଘୋଷଙ୍କ ସହିତ ମିଶି କାର୍ଯ୍ୟ କରିବେ। ପଶ୍ଚିମବଙ୍ଗ ଦାୟିତ୍ବରେ ଥିବା ବିଜେପି ଜାତୀୟ ସାଧାରଣ ସଚିବ କୈଳାଶ ବିଜୟଵର୍ଗିଆ କହିଛନ୍ତି ଯେ ଶ୍ରୀ ରୟଙ୍କ ରଣନୀତି ଲାଗି ୨୦୧୯ ନିର୍ବାଚନରେ ବିଜେପି ୪୨ଟି ଲୋକସଭା ନିର୍ବାଚନରୁ ୧୮ଟି ଆସନରେ ଜିତିବାରେ ସାହାଯ୍ୟ କରିଛି। ୨୦୧୪ରେ ଦଳ ମାତ୍ର ୨ଟି ଆସନରେ ଜିତିଥିଲା। ମୁକୁଲ ଜଣେ ପୁରୁଖା ରାଜନୈତିକ ରଣନୀତିଜ୍ଞ। ସେ ଦଳକୁ ଯେଉଁ ଉଲ୍ଲେଖନୀୟ ସ୍ଥାନରେ ପହଞ୍ଚାଇଛନ୍ତି, ତା ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ବିଜେପି ଚାହେଁ ଯେ ମୁକୁଲ ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନରେ ସମ୍ପୂର୍ଣ୍ଣ ଭାବେ ଆଗରେ ରହି କାମ କରନ୍ତୁ ଓ ତାଙ୍କ ନେତୃତ୍ବରେ ବିଜେପି ଏଠାରେ ସରକାର ଗଠନ କରିବ।

ରାଜ୍ୟସଭା ସାଂସଦ ସ୍ବପନ୍ ଦାସଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ ୨୦୧୮ ମସିହାରୁ ରାଜ୍ୟରେ ନିର୍ବାଚନ ପରିଚାଳନା କରିବାରେ ମୁକୁଲ ରୟ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ଦଳର ଆଭିମୁଖ୍ୟ ଏଠାରେ ସ୍ପଷ୍ଟ ରହିଛି। ଯିଏ ଦଳକୁ ଆସିବ ଓ ଭଲ କାମ କରିବ, ତା ପାଇଁ ଉଚିତ୍ ପଦପଦବି ନିଶ୍ଚିତ ମିଳିବ। କାହାର ମୂଲ୍ୟକୁ ବିଜେପି ଅବମାନନା କରେନାହିଁ କିମ୍ବା କାହାକୁ ନୀଚ୍ଚା କରି ଦେଖିବାର ନଜିର ନାହିଁ।

ରାଜୁଙ୍କ ନିଯୁକ୍ତି ନେଇ ମଧ୍ୟ ବିଜେପିର ଏକ ବଡ଼ ରଣନୀତି ରହିଛି। ଦାର୍ଜିଲିଂ ଅଞ୍ଚଳକୁ ବିଜେପି ଏବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଭାବୁଛି। ରାଜୁଙ୍କର ସେଠାରେ ପତିଆରା ଟିକେ ଅଲଗା। ଏଣୁ ଦଳ ଚାହୁଁଛୁ ଯେ ରାଜୁ ସେଠାରେ ଅଧିକ ପରିଶ୍ରମ କରନ୍ତୁ ଏବଂ ସେ ଅଞ୍ଚଳର ସମସ୍ୟାକୁ ସଂସଦ ଏବଂ ଜାତୀୟସ୍ତର ପର୍ଯ୍ୟନ୍ତ ନିଅନ୍ତି। ଏମିତିରେ ବି ବିସ୍ତା ପଶ୍ଚିମବଙ୍ଗ ସମସ୍ୟାକୁ ଜାତୀୟସ୍ତରରେ ଉଠାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାହୁଲ ସିହ୍ନାଙ୍କୁ ଜାତୀୟ ପଦବିରୁ ବିଦା କରିଦେବା ପରେ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତୃଣମୂଳ କଂଗ୍ରେସର ଜଣେ ପୂର୍ବତନ ନେତାଙ୍କ ଲାଗି ତାଙ୍କୁ ପଦରୁ କାଢିଦିଆଗଲା। ସେ ଖୁବ୍ ଶୀଘ୍ର ଏ ନେଇ ନିଜ ମତ ରଖିବେ ବୋଲି କହିଛନ୍ତି। ଯଦିଓ ସ୍ଥାନୀୟ ବିଜେପି ନେତାମାନଙ୍କର କହିବା କଥା ହେଉଛି, ତାଙ୍କୁ ଏକାଧିକବାର ସୁଯୋଦ ଦିଆଯିବା ପରେ ବି ସେ ପଶ୍ଚିମବଙ୍ଗ ରାଜନୀତିରେ ନିଜର ଛାପ ରଖିବାରେ ଅସମର୍ଥ ହେଲେ।

Leave A Reply

Your email address will not be published.