ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନ୍‌ଲକ୍-୫: କେତେ କୋହଳ, ଜାଣନ୍ତୁ

0

● ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟର
● ୫୦% ଦର୍ଶକରେ ଖୋଲିବ ସିନେମା ହଲ
● ୩୧ ଅକ୍ଟୋବର ଯାଏ କଣ୍ଟେନମେଣ୍ଟ ଜୋନରେ କଠୋର ଲକଡାଉନ କଟକଣା

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶ (ଗାଇଡଲାଇନ) ଜାରି କରିଛି। ଏହି ଗାଇଡଲାଇନ ଅକ୍ଟୋବର ୧, ୨୦୨୦ ଠାରୁ ଲାଗୁ ହେବ। ଏହା ଦେଶରେ ବିଭିନ୍ନ କାର୍ଯ୍ୟକଳାପକୁ ପୁନଃଖୋଲିବା ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରିବ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିକଟରୁ ମିଳିଥିବା ମତାମତ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହିତ ବ୍ୟାପକ ବିଚାର ଆଲୋଚନା କରିବା ପରେ ଏହି ନୂଆ ଦିଶାନିର୍ଦ୍ଦେଶ ଆଜି ଜାରି କରାଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସଗୁଡ଼ିକୁ ୫୦% ଦର୍ଶକ ବସିବା କ୍ଷମତା ସହିତ ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏସଓପି ଜାରି କରିବ।

ବ୍ୟାବସାୟିକ ପ୍ରଦର୍ଶନୀ ଖୋଲିବା ଲାଗି ଅନୁମତି ଦିଆଯିବ, ବାଣିଜ୍ୟ ବିଭାଗ ଏସଓପି ଜାରି କରାଯିବ।କ୍ରୀଡ଼ାବିତମାନଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ସୁଇମିଂ ପୁଲଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ ଏବଂ ଏଥିପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।

ଆମୋଦପ୍ରମୋଦ ଉଦ୍ୟାନ ଏବଂ ଏହିପରି ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।

ଅକ୍ଟୋବର ୧୫, ୨୦୨୦ ପରେ ସ୍କୁଲ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ  ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପରିସ୍ଥିତିକୁ ଆକଳନ କରିବା ପରେ ଗୃହ ମନ୍ତ୍ରଣାଳୟ ସହିତ ଆବଶ୍ୟକ ବିଚାରବିମର୍ଶ କରି କଲେଜ/ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିପାରିବ। ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଏବଂ ଉତ୍ସାହିତ କରାଯିବ।

ତେବେ ବିଜ୍ଞାନାଗାର/ପରୀକ୍ଷାମୂଳକ କାର୍ଯ୍ୟକଳାପ ଆବଶ୍ୟକ କରୁଥିବାରୁ ୧୫ ଅକ୍ଟୋବର, ୨୦୨୦ ଠାରୁ ଗବେଷଣା ଛାତ୍ରଛାତ୍ରୀ (ପିଏଚଡି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ନିମ୍ନମତେ ଅନୁମତି ଦିଆଯିବ :କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଯଦି ଗବେଷଣା ଛାତ୍ରଛାତ୍ରୀ (ପିଏଚଡି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ନାତୋକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ  ବିଜ୍ଞାନାଗାର/ପରୀକ୍ଷାମୂଳକ କାର୍ଯ୍ୟର ଆବଶ୍ୟକତା ରହିଥିବା ଅନୁଭବ କରନ୍ତି ତା’ହେଲେ ସେ ସେମାନଙ୍କୁ ଆସିବା ଲାଗି ଅନୁମତି ଦେଇପାରିବେ।

ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଆଦିଗୁଡ଼ିକ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ବିଜ୍ଞାନାଗାର/ପରୀକ୍ଷାମୂଳକ କାର୍ଯ୍ୟର ଆବଶ୍ୟକ କରୁଥିବା ପିଏଚଡି ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ଗ୍ରହଣ କରିପାରିବେ।

କେବଳ କଣ୍ଟେନମେଣ୍ଟ ଜୋନ ବାହାରେ  ସାମାଜିକ / ଶିକ୍ଷାଗତ / କ୍ରୀଡ଼ା / ମନୋରଞ୍ଜନ / ସାଂସ୍କୃତିକ / ଧାର୍ମିକ / ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସମାବେଶ ପାଇଁ 100 ଜଣ ମଧ୍ୟରେ ଲୋକଙ୍କ ସମାବେଶକୁ ପୂର୍ବରୁ ଅନୁମତି ଦିଆଯାଇସାରିଛି।  ଏଣିକି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏପରି ସମାବେଶରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ନିମନ୍ତେ ଅନୁମତି ଦେଇପାରିବେ। 

୧୫ ଅକ୍ଟୋବର, ୨୦୨୦ ପରେ କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତ ସର୍ତ୍ତାବଳୀ ସହିତ ଏପରି ସମାବେଶକୁ ଅନୁମତି ଦିଆଯାଇପାରିବ :ଆବଦ୍ଧ ସ୍ଥାନଗୁଡ଼ିକରେ ସଭାଗୃହର ସମ୍ପୂର୍ଣ୍ଣ କ୍ଷମତାର ୫୦ ପ୍ରତିଶତ ଏବଂ ୨୦୦ରୁ କମ ଲୋକଙ୍କର ସମାବେଶକୁ ଅନୁମତି ମିଳିବ। ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ ବ୍ୟବସ୍ଥା ଏବଂ ହାତ ସଫା କିମ୍ବା ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଖୋଲା ସ୍ଥାନଗୁଡ଼ିକରେ ପଡ଼ିଆ/ଖାଲିସ୍ଥାନକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ବାଧ୍ୟତାମୂଳକ ଭାବେ ଫେସ ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ ଓ ହାତ ସଫା କିମ୍ବା ସାନିଟାଇଜର ବ୍ୟବସ୍ଥା ସହିତ ଅନୁମତି ଦିଆଯିବ।

ଗୃହ ମନ୍ତ୍ରଣାଳୟର ଅନୁମତି ବିନା ଅନ୍ତର୍ଜାତୀୟ ବିମାନ ଯାତ୍ରା। କଣ୍ଟେନମେଣ୍ଟ ଜୋନଗୁଡ଼ିକରେ 31 ଅକ୍ଟୋବର 2020 ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲକଡାଉନ ଜାରି କରାଯିବ।

ସଂକ୍ରମଣ ଶୃଙ୍ଖଳକୁ ପ୍ରଭାବୀ ଢଙ୍ଗରେ ଭାଙ୍ଗିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନକୁ ବିବେଚନା କରି କ୍ଷେତ୍ରୀୟ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନଗୁଡ଼ିକୁ ଚିହ୍ନିତ କରାଯିବ । ଏହିସବୁ କଣ୍ଟେନମେଣ୍ଟ ଜୋନରେ କଠୋର ଭାବେ କଟକଣା ଲାଗୁ କରାଯିବ ଏବଂ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପଗୁଡ଼ିକୁ ଅନୁମତି ମିଳିବ।

କଣ୍ଟେନମେଣ୍ଟ ଜୋନ ମଧ୍ୟରେ କଡ଼ାକଡ଼ି ଭାବେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ରହିବ ଏବଂ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ନିମନ୍ତେ ଅନୁମତି ମିଳିବ।

ଏସବୁ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳ ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷ ସେମାନଙ୍କର ୱେବସାଇଟରେ ବିଜ୍ଞପ୍ତି ଜରିଆରେ ସୂଚୀତ କରିବେ ଏବଂ ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦେବେ।

କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ନକରି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶ ସରକାର  କଣ୍ଟେନମେଣ୍ଟ ଜୋନ ବାହାରେ କୌଣସି ସ୍ଥାନୀୟ ଲକଡାଉନ (ରାଜ୍ୟ / ଜିଲ୍ଲା / ସବଡିଭିଜନ / ସହର / ଗ୍ରାମୀଣ ସ୍ତରରେ), ଲାଗୁ କରିପାରିବେ ନାହିଁ।

Leave A Reply

Your email address will not be published.