ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଜେଏସପିଏଲକୁ ରେଳ ଯୋଗାଣକାରୀ ମାନ୍ୟତା, ପ୍ରଥମ ଘରୋଇ କମ୍ପାନି

0
  • ମୁଖ୍ୟ ଟ୍ରାକ୍‌ରେ ବ୍ୟବହାର ପାଇଁ ଜେଏସପିଏଲର ଉତ୍ପାଦକୁ ଭାରତୀୟ ରେଳବାଇର  ଅନୁମୋଦନ
  • ଜେଏସପିଏଲ ଦ୍ୱାରା ନିର୍ମାଣ କରାଯାଉଥିବା ରେଳ ଯୋଗାଣକୁ ଆରଡ଼ିଏସଓ  ଅନୁମୋଦନ କରିଛି
  • ଜେଏସପିଏଲର ୟୁଆଇସି ୬୦ କିଗ୍ରା, ୮୮୦ ଗ୍ରେଡ଼  ପ୍ରାଇମ୍ (କ୍ଲାସ୍- ଏ) ରେଲ୍କୁ ପ୍ରମାଣପତ୍ର  

ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ କମ୍ପାନି ଭାବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଭାରତୀୟ ରେଳବାଇର ଆଗାମୀ ତଥା ଚାଲୁଥିବା ପ୍ରକଳ୍ପଗୁଡିକ ପାଇଁ ନିୟମିତ ରେଳ ଯୋଗାଣକାରୀର ମାନ୍ୟତା ହାସଲ କରିଛି। ରେଳବାଇ ବୋର୍ଡ ଅଧୀନରେ କାର୍ଯ୍ୟକରୁଥିବା ରିସର୍ଚ୍ଚ ଡିଜାଇନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (ଆରଡ଼ିଏସଓ) ଜେଏସପିଏଲ ରାୟଗଡ଼ କାରଖାନାରେ ନିର୍ମାଣ କରାଯାଉଥିବା ୟୁଆଇସି ୬୦ କିଗ୍ରା, ୮୮୦ ଗ୍ରେଡ଼  ପ୍ରାଇମ୍ (କ୍ଲାସ୍- ଏ) ରେଲ୍ ର କ୍ଷେତ୍ର କାର୍ଯ୍ୟଦକ୍ଷତାକୁ ଅନୁମୋଦନ କରିଛି।

ଆରଡ଼ିଏସଓର କ୍ଷେତ୍ର କାର୍ଯ୍ୟଦକ୍ଷତା ରିପୋର୍ଟକୁ ଅନୁମୋଦନ କରିବା ସହିତ, ୟୁଆଇସି ୬୦କିଗ୍ରା, ୮୮୦ ଗ୍ରେଡ଼  ପ୍ରାଇମ୍ (କ୍ଲାସ୍- ଏ) ରେଳଗୁଡିକ ଭାରତୀୟ ରେଳବାଇରେ ବ୍ୟବହାର ପାଇଁ ଉପଯୁକ୍ତ ବୋଲି ବିବେଚନା କରିଛି। କଠୋର ମୂଲ୍ୟାଙ୍କନ ଓ ନିରାପତ୍ତା ପରିମାପ ଯୋଗୁଁ ବିଶ୍ୱର ବହୁତ କମ ରେଳ ଉତ୍ପାଦନକାରୀ ଆରଡ଼ିଏସଓ ଦ୍ୱାରା ସ୍ଥାପିତ ମାନଦଣ୍ଡକୁ ପୂରଣ କରିବା ପାଇଁ ସକ୍ଷମ ହେଉଥିବା ବେଳେ, ଆରଡ଼ିଏସଓ ଏହି ଅନୁମୋଦନ ଜେଏସପିଏଲର ରେଲ ମିଲ ପାଇଁ ଏକ ଉଲ୍ଲେଖନୀୟ ସଫଳତା।

 “ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଏବଂ ଆମର ରେଳ ବ୍ୟବସାୟ ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ସଫଳତା। ରେଳର ଘରୋଇ ଉତ୍ପାଦନକୁ ଉତ୍ସାହିତ କରିଥିବାରୁ ରେଳ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟକୁ ଆମେ କୃତଜ୍ଞତା ଜଣାଉଛୁ। ୟୁଆଇସି ୬୦ କିଗ୍ରା, ୮୮୦ ଗ୍ରେଡ଼  ପ୍ରାଇମ୍ (କ୍ଲାସ୍- ଏ) ର କ୍ଷେତ୍ର କାର୍ଯ୍ୟଦକ୍ଷତାକୁ ଅନୁମୋଦନ କରିଥିବାରୁ ଆରଡ଼ିଏସଓକୁ ଧନ୍ୟବାଦ ଦେଉଛୁ” ଜେଏସପିଏଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା କହିଛନ୍ତି।

୮୮୦ ଗ୍ରେଡ୍ ମୁଖ୍ୟ ଟ୍ରାକ୍ ରେଲ୍ ବ୍ୟତୀତ, ଜେଏସପିଏଲ ମଧ୍ୟ ଭାରତର ଅନେକ ମେଟ୍ରୋ ରେଲ୍ ପ୍ରକଳ୍ପ ପାଇଁ ୧୦୮୦ ଗ୍ରେଡ୍ ହେଡ୍ ହାର୍ଡେନ୍ ରେଲ୍ ଯୋଗାଇବା ଆରମ୍ଭ କରିଛି ଯେଉଁଥିରେ କୋଲକାତା ମେଟ୍ରୋ ରେଳ ପ୍ରକଳ୍ପ ଏବଂ ପୁଣେ ମେଟ୍ରୋ ନିର୍ମାଣ ପାଇଁ ରେଳ ବିକାଶ ନିଗମ ଲିମିଟେଡ୍ ଅନ୍ତର୍ଭୁକ୍ତ | ଏହାପୂର୍ବରୁ ଆରଡ଼ିଏସଓ ୧୦୮୦ ଗ୍ରେଡ୍ ଏଚ୍‌ ଏଚ୍ ରେଲ୍କୁ ଅନୁମୋଦନ କରିଥିଲା ଏବଂ ଜେଏସପିଏଲ ୱାଗନ୍ ପ୍ରତି ୭୫ ଟନ୍ / ୱାଗନ୍ ବହନ କରୁଥିବା ଭାରୀ ଭାର ପାଇଁ ସ୍ୱତନ୍ତ୍ର ରେଲ୍, ଅସୀମେଟ୍ରିକ୍ ରେଲ୍, ଆର୍‌ ୨୬୦, ଏବଂ ୧୧୭୫ ଏଚ୍‌ଟି ଗ୍ରେଡ୍ ବିକଶିତ କରିଛି।

ଜେଏସପିଏଲ ଫ୍ରାନ୍ସ ରେଳକୁ ସ୍ୱତନ୍ତ୍ର ଗ୍ରେଡ଼ ରେଲ ବ୍ଲୁମ ଯୋଗାଣ କରୁଛି। ଜେଏସପିଏଲର ସ୍ୱତନ୍ତ୍ର ଗ୍ରେଡ଼ ରେଲ ବ୍ଲୁମରୁ ଉତ୍ପାଦିତ ରେଳ ବିଭିନ୍ନ ୟୁରୋପୀୟ ରେଳବାଇର ଗୁଣବତ୍ତା ଏବଂ ନିରାପତ୍ତା ପରିମାପ ପୂରଣ କରିବାରେ ସଫଳ ସାବ୍ୟସ୍ତ ହୋଇପାରିଛି। ଆଇଆର୍‌ସିଓଏନ ଓ ଏସ୍‌ଟିସି ଭଳି ଭାରତୀୟ ପିଏସୟୁ ମାଧ୍ୟମରେ ବାଂଲାଦେଶ, ଶ୍ରୀଲଙ୍କା, ଏବଂ ଆଫ୍ରିକାର ଗ୍ରାହକ ମାନଙ୍କୁ ଜେଏସପିଏଲ ୨.୫ ଲକ୍ଷ ଟନ ରେଲ୍ ରପ୍ତାନି କରିଛି।

Leave A Reply

Your email address will not be published.