ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ମହାମାରୀ କୋପ ଟିକେ କମିଲା!

0
  • ୨୬୧୭କୁ ଖସିଲା ସଂକ୍ରମଣଙ୍କ ସଂଖ୍ୟା, ମୃତକଙ୍କ ତାଲିକା ଉପରମୁହାଁ
  • ଅମାନିଆ ବଢାଉଛନ୍ତି ସଂକ୍ରମଣ, କିଛି ଲୁଚାଉଛନ୍ତି, ପରୀକ୍ଷା କରୁନାହାନ୍ତି
  • ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୨୪ ଛୁଇଁଲା, ଖୁବ୍ ଶୀଘ୍ର ହଜାରେ ହେବ

ଭୁବନେଶ୍ବର: ରାଜ୍ୟରେ କରୋନା କୋପ ଟିକେ କମିଛି କି? ସଂକ୍ରମିତଙ୍କ ସଂଖ୍ୟା ଆଜି ଏଭଳି ସଙ୍କେତ ଦେଇଛି। ଦୀର୍ଘ ଦିନ ଧରି ୩ହଜାର ଓ ପରେ ଦୈନିକ ୪ହଜାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ପରିସ୍ଥିତିରେ ଏକ ବଡ଼ ଉନ୍ନତି ପରିଲକ୍ଷିତ ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟରେ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ୨୬୧୭କୁ ଖସିଛି। ତେବେ ଖୋର୍ଧା ଜିଲ୍ଲା ସ୍ଥିତି ଅପରିବର୍ତ୍ତିତ ରହିଛି। ଆଜି ବି ୫୦୬ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ କଟକ ଜିଲ୍ଲା ଆଜି ଦୁଇ ନମ୍ବର ସ୍ଥାନରୁ ଓହ୍ଲାଇ ଆସିଛି ଓ ବରଗଡ ରାଜ୍ୟର ଦ୍ବିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲାର ସ୍ଥାନ ନେଇଛି।

ସେହିଭଳି ସୁସ୍ଥତା ହାରରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଥିବା କାରଣରୁ ଏବେ ସରକାରଙ୍କ ତଥ୍ୟ ଅନୁସାରେ, ୩୨ହଜାର ୫୧ଜଣ ବିଭିନ୍ନ ମେଡିକାଲ ଆଦିରେ ଚିକିତ୍ସିତ ହେଉଛନ୍ତି। ଦୀର୍ଘ ଦିନ ଧରି ଏହି ସଂଖ୍ୟା ୩୮ ହଜାର ଉପରେ ରହୁଥିଲା। ସ୍ଥଳବିଶେଷରେ ୩୯ ହଜାର ଅତିକ୍ରମ କରିଥିଲା।

ତେବେ ଉଦ୍‌ବେଗ ଜନକ କଥା ହେଉଛି, କୋଭିଡ୍ ଜନିତ ମୃତ୍ୟୁ କିନ୍ତୁ ବଢିବାରେ ଲାଗିଛି। ଆଜି ବି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୯୨୪ରେ ପହଞ୍ଚିଛି। ସମ୍ଭବତଃ ଏହି ସ୍ଥିତି ଜାରି ରହିଲେ, ଚଳିତ ସପ୍ତାହରେ ହିଁ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ଅନ୍ୟପଟରେ ସରକାର ଯେତେ କଟକଣା କଲେ ବି ଅମାନିଆଙ୍କ ଲାଗି ସ୍ଥିତିରେ ଯେତେ ଶୀଘ୍ର ଉନ୍ନତି ଆସିବା କଥା ତାହା ପରିଲକ୍ଷିତ ହେଉନଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଲେଣି। ଗୋଟିଏ ପଟେ ଜୀବନ ଓ ଜୀବିକାକୁ ନେଇ ଲଢେଇ ଚାଲିଥିବା ବେଳେ ଆଉ କିଛି ରୋଗ ଲୁଚାଇବା ଓ ସଂକ୍ରମଣ ବାଣ୍ଟିବା ଭଳି କାର୍ଯ୍ୟରେ ଲାଗିଛନ୍ତି। ନିଜ ନିକଟରେ ସବୁ ସଂକ୍ରମଣର ଲକ୍ଷଣ ଥାଇ ବି ସରକାରୀସ୍ତରରେ ମାଗଣାରେ ଯାଇ ଚିକିତ୍ସା କରିବା ଲାଗି କୁନ୍ଥ କୁନ୍ଥ ହେଉଛନ୍ତି। ସେହିଭଳି ଘରେ ରହି ମନଇଚ୍ଛା ଔଷଧ ନେଉଛନ୍ତି ଅଥଚ ଡାକ୍ତରଖାନା ଯାଉନାହାନ୍ତି। ବିଳମ୍ବରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦ୍ବାରା ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ହେଉନଥିବା ଡାକ୍ତରମାନେ ମତ ଦେଲେଣି।

ଏପରିସ୍ଥଳେ, ରାଜ୍ୟ ସରକାର ଆଉଥରେ ଦୁଆର ଦୁଆର ସର୍ଭେ କରିବା ଲାଗି ସମୟ ଆସି ପହଞ୍ଚିଛି। ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଏବେ ସାନି ଯାଞ୍ଚ କଲେ ଏଥିରେ ଦ୍ରୁତ ପରିବର୍ତ୍ତନ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Leave A Reply

Your email address will not be published.