ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବିଗିଡିଗଲା; ଏବର୍ଷ ପାଣିପାଗରେ ବଡ଼ ପରିବର୍ତ୍ତନ

0

ଭୁବନେଶ୍ବର: ଚଳିତବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରରୁ ଜାନୁଆରି ମାସ ଯାଏ ଦକ୍ଷିଣ ଭାରତରେ ଅଧିକ ବର୍ଷିବ।ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ବର୍ଷା ଅଧିକ ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ବିଳମ୍ବରେ ଶୀତ ଆସିଲେ ହେଁ, ଏଥର କିନ୍ତୁ ହାଡ଼ଥରାଇ ଦେବ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ବର୍ଷା ଆରମ୍ଭ ହୋଇଯିବ। ଦଶହରାକୁ ବର୍ଷା ଭିଜାଇବ ଓ ୨୮ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଅନ୍ୟପଟରେ ଚଳିତବର୍ଷ ନଭେମ୍ବରରେ କିନ୍ତୁ ତାପମାତ୍ରା ସ୍ବାଭାବିକ ଠାରୁ ଟିକିଏ ଅଧିକ ରହିବ। ଅର୍ଥାତ୍ ଏହି ମାସରେ ଶୀତ ଅନୁଭୂତ ହେବା ପରିବର୍ତ୍ତେ ଅଧିକ ଗରମ ଲାଗିବ।

ଡିସେମ୍ବର ମାସରେ ତାପମାତ୍ରା ଖସିବ ଓ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ଆରମ୍ଭ କରିବ। ଡିସେମ୍ବର ଶେଷ ସପ୍ତାହ ବେଳକୁ ଶୀତରେ କମ୍ପିବା ଆରମ୍ଭ କରିବ ଓଡ଼ିଶା। ଜାନୁଆରିରେ ବି ସ୍ଥିତି ଅପରିବର୍ତ୍ତିତ ରହିବ।ସାଇବେରିଆରୁ ଥଣ୍ଡା ପବନ ଦେଶକୁ ପ୍ରବାହିତ ହେଉଥିବା ପରିପ୍ରେକ୍ଷୀରେ ଶୀତର ପ୍ରକୋପ ଦକ୍ଷିଣ ଭାରତରେ ବି ଅଧିକ ରହିବ।

୨୦୧୦ରୁ ୨୦୧୨ ଯାଏ ଦୁଇବର୍ଷ ଓଡ଼ିଶା ଉପରେ ଲା-ନିନା ଅଧିକ ଶକ୍ତିଶାଳୀ ଥିଲା। ୨୦୧୦ ଡିସେମ୍ବରରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରିକୁ ଖସିଆସିଥିଲା। ସେହିବର୍ଷ ଡିସେମ୍ବରରେ ବି ପ୍ରାୟ ୩୫ମିମି ବର୍ଷା ରେକର୍ଡ କରାଯାଇଥିଲା। ଚଳିତବର୍ଷ ଅକ୍ଟୋବରରେ ପ୍ରାୟ ୯୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.