ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଅମାନିଆଙ୍କୁ ସତର୍କ କରାଇଲେ ନବୀନ; କଣ କହିଲେ ଶୁଣନ୍ତୁ

0

ଭୁବନେଶ୍ବର: ପୂଜା ଓ ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କୋଭିଡ୍ ପାଇଁ କଣ କରିବାକୁ ହେବ, ସେ ନେଇ ସତର୍କ କରାଇ ଦେଇଛନ୍ତି। ଓନାମ୍ ଓ ୟୁରୋପୀୟ ଦେଶର ଉଦାହରଣ ଦେଇ କହିଛନ୍ତି ଯେ କୋଭିଡ୍ ସଂକ୍ରମଣ କମିବା କାରଣରୁ ଆତ୍ମସନ୍ତୋଷ ଲାଭ ନ କରି ବରଂ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଅନ୍ୟଥା ପୂଜା ସହିତ କରୋନା ବିପଦ ଫେରିଲେ ଏହା ବହୁଗୁଣିତ ହୋଇପାରେ ବୋଲି ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ,’’ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ  ଲଢେଇ ଜାରି ରଖିଛି।  ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ହେଉଛି। ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି ।  ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା।

‘’ ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ। ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି।‘’ ନବୀନ କହିଥିଲେ,  କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର।

            ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ  କୋଭିଡ୍ ପଜିଟିଭ୍  କମିବା ଆରମ୍ଭ କରିଛି। ସେପ୍ଚେମ୍ବର ୨୬ରେ  ରାଜ୍ୟରେ ପଜିଟିଭ୍ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ଏବେ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି । ଆଗକୁ ଆହୁରି କମିବ। ଗଞ୍ଜାମ ଓ ଗଜପତି ଉଦାହରଣ ଦେଇ ନବୀନ କହିଥିଲେ,  ଦୁଇ ମାସ ତଳେ ଗଞ୍ଜାମ  ହଟସ୍ପଟ୍  ଥିଲା । ପ୍ରତିଦିନ ଶହ ଶହ ସଂକ୍ରମିତ ବାହାରୁଥିଲେ। ଲୋକଙ୍କ ସହଯୋଗ,  କମ୍ୟୁନିଟି ଭାଗିଦାରୀ  ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି।  ଗଞାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପେରଣା ହୋଇଛନ୍ତି।

ସମସ୍ତଙ୍କୁ ସତର୍କ କରାଇ ନବୀନ କହିଥିଲେ ଯେ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କରୋନାର ଚରିତ୍ର ବହୁତ ସଙ୍ଗିନ୍ ତେଣୁ ଆମକୁ ଔଷଧ ଓ ଟିକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ।

ୟୁରୋପୀୟ ଦେଶର ଉଦାହରଣ ଦେଇଥିଲେ ନବୀନ। ଏବେ କିଭଳି ସେଠାରେ ପୁଣି ବଢିଯାଇଛି, ସେ ନେଇ ସତର୍କ କରାଇ ଦେଇଥିଲେ। ଆମେରିକା ପରେ ଭାରତ ଏବେ ବିଶ୍ବରେ  ଦୁଇ  ନମ୍ବରରେ  ରହିର୍ବ ପରେ  ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ।   ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି ପୂଜା ସମୟରେ  ସର୍ବସାଧାରଣ ସ୍ଥାନ ମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମାଙ୍କ ପୂଜା କରନ୍ତୁ । ପ୍ରର୍ଥନା କରନ୍ତୁ । ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ, ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ। କାରଣ ଆଉ ଥରେ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା ଆମ ପରିବାର  ହଇରାଣ ହେବ। ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ ।ତେଣୁ ସଂକ୍ରମଣ ଯେପରି ନ ବଢ଼ି ବ  ସେଥିପାଇଁ ମା’ ଙ୍କ  ପାଖରେ ଶପଥ ନେଇ କାମ କରିବା ବୋଲି ନବୀନ କହିଥିଲେ।

Leave A Reply

Your email address will not be published.