ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ସ୍କୁଲ ଓ ମନ୍ଦିର ଖୋଲିବା ନେଇ ଆସିଲା ବଡ଼ ନିଷ୍ପତ୍ତି

0
  • ୧୬ରୁ ନବମରୁ ଦ୍ବାଦଶ ଯାଏ ବିଦ୍ୟାଳୟ ଖୋଲିପାରିବ
  • ବିବାହରେ ୨୦୦, ଅନ୍ତ୍ୟେଷ୍ଟିରେ ୫୦ ଲୋକ ରହିବେ
  • କୋଭିଡ୍ ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ମନ୍ଦିର ଖୋଲିପାରିବେ

ଭୁବନେଶ୍ବର: ନଭେମ୍ବର ୧୬ ତାରିଖରୁ ନବମରୁ ଦ୍ବାଦଶ ଶ୍ରେଣୀ ଖୋଲିପାରିବ। ଆଜି ରାଜ୍ୟ ସରକାର ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ନଭେମ୍ବର ମାସ ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର ଯେଉଁ ଆଦେଶନାମା ପ୍ରକାଶ କରିଛନ୍ତି, ସେଥିରେ କୁହାଯାଇଛି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସବୁ ଖୋଲାଯିବ। ଏଥିପାଇଁ ବିଦ୍ୟାଳ​ୟ ଓ ଗଣଶିକ୍ଷା ବିଭାଗ ଯେଉଁ ଏସଓପି ଜାରି କରିବେ, ତାହାକୁ ସମସ୍ତେ ମାନିବେ। କିନ୍ତୁ ଅନ୍ୟ ସମସ୍ତ ଶିକ୍ଷା ପ୍ରତିଷ୍ଠାନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟପକ୍ଷରେ ସରକାର ମନ୍ଦିର ଖୋଲିବା ସଂପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ହଁ ମାରିଥିଲେ ହେଁ, ଜିଲ୍ଲା ପ୍ରଶାସନ ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ କୁହାଯାଇଛି।

ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ଅନୁସାରେ ବିଦ୍ୟାଳୟ ଖୋଲିବେ କି ବିଳମ୍ବ କରିବେ, ତାହା ଜଣାପଡିନାହିଁ। କାରଣ ଏ ସଂକ୍ରାନ୍ତରେ ଏଯାଏ ବିଦ୍ୟାଳୟ ଓଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇନାହିଁ।ସେହିଭଳି କେଉଁମନ୍ଦିର ଖୋଲିବ, କେଉଁ କେଉଁ ମନ୍ଦିର ଆଦି ଧାର୍ମିକସ୍ଥଳୀ ବନ୍ଦ ରହିବ, ସେ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସପାଲ କମିସନର ନିଷ୍ପତ୍ତି ଜଣାଇବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ନିର୍ଦେଶନାମାରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ନଭେମ୍ବର ମାସ ପାଇଁ କରୋନା କଟକଣା ରାଜ୍ୟରେ କିଭଳି ରହିବ ଓ କି କି ନିର୍ଦେଶ ମାନିବାକୁ ପଡିବ ତାହା ଦର୍ଶାଇଛନ୍ତି। ଏଥିରେ କୁହାଯାଇଛି, ପୂର୍ବଭଳି ଅନ୍‌ଲାଇନ୍ ଶିକ୍ଷା ଚାଲିପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେବଳ ଅନ୍ ଲାଇନ୍ ଶିକ୍ଷାଦାନ ବା ଟେଲିଂ କାଉନସେଲିଂ ପାଇଁ ଡାକିପାରିବେ। ସେହିଭଳି ଉଚ୍ଚଶିକ୍ଷା ବିଭାଗରେ କେବଳ ପିଏଚ୍‌ଡି ଶିକ୍ଷାର୍ଥୀଙ୍କ ପାଇଁ ଅନୁଷ୍ଠାନ ଖୋଲାରହିବ କିମ୍ବା ପିଜିସ୍ତରରେ ଥିବା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ।

ସେହିଭଳି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ କୁହାଯାଇଛି ଯେ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ କଟକଣା ଭିତ୍ତିରେ ଧାର୍ମିକ ଅନୁଷ୍ଠାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିପାରିବେ। କିନ୍ତୁ ସିନେମା ହଲ୍, ଥିଏଟର, ଅଡିଟୋରିୟମ୍ ଆଦି ପୂର୍ବଭଳି ବନ୍ଦ ରହିବ।

ଅନ୍ୟପକ୍ଷରେ ସର୍ବାଧିକ ୨୦୦ ଲୋକଙ୍କ ଉପସ୍ଥିତିରେ ବାହାଘର ଓ ୫୦ ଜଣ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଏ କ୍ଷେତ୍ରରେ ଟିକିଏ ନିୟମ ପୂର୍ବାପେକ୍ଷା କୋହଳ କରାଯାଇଛି। ଏକ୍ଷେତ୍ରରେ ସର୍ତ ରହିଛି ଯେ ବ୍ୟବହାର ହୋଇଥିବା ହଲ୍ , ପଡ଼ିଆ ଆଦି ସର୍ବାଧିକ ୫୦ ପ୍ରତିଶତ ପୂରଣ ହେବ। ମାସ୍କ, ସାମାଜିକ ଦୂରତ୍ବ ନିଶ୍ଚୟ ବଜାର ରହିବ।

Leave A Reply

Your email address will not be published.