ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବାକି ଜୀବନ ଏମିତି ଖାଦ୍ୟ ଖାଇପାରିବେ ଶାହରୁଖ୍

0

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ କଳାକାର ଶାହରୁଖ୍ ଖାନ୍ ନିକଟରେ ଏକ କାର୍ଯ୍ୟକ୍ରମରେ ବଡ ସୂଚନା ଦେଇ ନିଜର ପ୍ରିୟ ତିନିଟି ଖାଦ୍ୟ ସଂପର୍କରେ କହିଛନ୍ତି। ଶାହରୁଖଙ୍କୁ ପଚରାଯାଇଥିଲା ଯେ ଆପଣଙ୍କୁ ସାରା ଜୀବନ କେବଳ ତିନିଟି ଖାଦ୍ୟ ଖାଇବାକୁ କୁହାଯିବ, ତେବେ ସେସବୁ ଖାଦ୍ୟ କଣ ହେବ? ଶାହରୁଖ୍ କହିଛନ୍ତି, ସେସବୁ ନିଶ୍ଚିତ ମସୁର ଡାଲି, ଭାତ ଏବଂ ପିଆଜ।

ଆଉ ଜଣେ ପ୍ରଶ୍ନକର୍ତ୍ତା ତାଙ୍କୁ ପଚାରିଥିଲେ ଯେ ସେ ଇତିମଧ୍ୟରେ ରାନ୍ଧିବା ଶିଖିଗଲେଣି କି? କିଙ୍ଗ୍ ଖାନ୍ କହିିଥିଲେ ସେ ଏବେ ଯାଏ କେଉଁ ଖାଦ୍ୟରେ କେତେ ଲୁଣ ପଡିବ, ତାହା ଜାଣିବା ପାଇଁ ଢେର୍ ସଂଗ୍ରାମ କରୁଛନ୍ତି।

କୁହାଯାଏ, ଶାହରୁଖ ରୋଷେଇ କରିବାକୁ ବେଶ୍ ଭଲ ପାଆନ୍ତି। ୨୦୧୯ରେ ସେ ଇଟାଲୀୟ ଖାଦ୍ୟ ରୋଷେଇ କରିବା ବେଳେ ସୁଟିଂ କରିଥିଲେ।

Leave A Reply

Your email address will not be published.