ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପୂଜା ପରେ ଟିକା ଟ୍ରକ୍ ବାହାରିଲା

0

ନୂଆଦିଲ୍ଲୀ: କରୋନା ବିରୋଧରେ ଦେଶରେ ଚାଲିଥିବା ଲଢେଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।ଟିକାକରଣ ଆରମ୍ଭ ହେବାର ୪ ଦିନ ପୂର୍ବରୁ ଆଜି ଦେଶର ପ୍ରମୁଖ ସହରକୁ କୋଭିସିଲ୍ଡ ଟିକା ପଠାଯାଇଥିବା ଜଣାପଡ଼ିଛି। ଏହି ଟିକା ନେଇ ଏକ ସ୍ପାଇସ୍ ଜେଟ୍ ବିମାନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ବାହାରିଛି। ତାପମାତ୍ରା ନିୟନ୍ତ୍ରିତ ଟ୍ରକ୍ ଦ୍ବାରା ଆଜି ଭୋର ୫ଟାରୁ ଏହି ଟିକା ବିମାନବନ୍ଦରକୁ ଆସିଥିଲା। ତା ପରେ ଟିକା ବିମାନର ଉଡ଼ାଣ ଆରମ୍ଭ ହୋଇଥିଲା।

କୌତୂହଳର କଥା ହେଉଛି, ଟିକା ଟ୍ରକ୍ ବାହାରିବା ପୂର୍ବରୁ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଥିଲା।

ଆଜି ଦେଶର ମୋଟ ୧୨ଟି ସ୍ଥାନକୁ ଏହି ଟିକା ପଠାଯାଉଛି। ଏହି ସହରଗୁଡିକ ମଧ୍ୟରେ ଭୁବନେଶ୍ବର ବି ରହିଛି। ଆଜି ଭୁବନେଶ୍ବରରେ ଅପରାହ୍ନରେ ଟିକା ପହଞ୍ଚିବ। ଏହା ପୂର୍ବରୁ ବରିଷ୍ଠ ଅଧିକାରୀମାନେ ମଧ୍ୟାହ୍ନରେ ସମୀକ୍ଷା କରିବେ ଓ କେଉଁଭଳି ଭାବେ ରାଜ୍ୟର ବିଭିନ୍ନ ସହରକୁ ଏହି ଟିକା ପଠାଯିବ, ସେ ନେଇ ସୂଚନା ଦେବେ।

ଭୁବନେଶ୍ବର ବ୍ୟତୀତ ଅହମ୍ମଦାବାଦ, ଚେନ୍ନାଇ, କୋଲକାତା, ବେଙ୍ଗୁଲୁର, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟଓ୍ବାଡା, ଗୌହାଟି, ଲକ୍ଷ୍ନୌ, ଚଣ୍ଡୀଗଡ ପ୍ରମୁଖ ସହରକୁ ଟିକା ପଠାଯାଇଥିବା ସୂଚନା ମିଳିଛି।

ଗତକାଲି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଟିକାକରଣ ବାବଦରେ ଆଲୋଚନା କରିଥିଲେ। ଜାନୁଆରି ୧୬ ରୁ ଦେଶବ୍ୟାପି ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ତିନି କୋଟି କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଡୋଜ ଦିଆଯିବାର ୨୮ ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ।

Leave A Reply

Your email address will not be published.