ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର

0

ଜାଗାମିଶନ ଓ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡିଶାକୁ ପୁରସ୍କୃତ କରିଥିଲେ । ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ ଏହି
ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ । ୧୭ଟିରାଜ୍ୟରୁ ୫୪ଟି ଆବେଦନକୁ ବିଚାରାକୁ ନିଆଯାଇଥିବାବେଳେ ୫ଟି ବର୍ଗ
ମଧ୍ୟରୁ ଓଡିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି । ଜାଗା ମିଶନ କ୍ଷେତ୍ରରେ ଆଇନ୍‍ର ସଫଳ ରୂପାୟନ, ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଛି । ଓଡିଶା କାର୍ଯ୍ୟକାରୀ କରିଥିବା ବସ୍ତି ବାସିନ୍ଦାଙ୍କୁ ଜମିର ସତ୍ୱାଧିକାର ନିୟମ -୨୦୧୭ କାର୍ଯ୍ୟକାରୀ କରାଇବା ଏବଂ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ ବସ୍ତିଗୁଡିକର ବିକାଶ ପାଇଁ ଏହି ପୁରସ୍କାର ମିଳିଛି । ଗୃହ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ସହରାଞ୍ଚଳରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ‘ବେଷ୍ଟ ସିଭିକ ଏଜେନ୍ସି’ ପୁରସ୍କାର ପାଇଛି । ବିକେନ୍ଦ୍ରୀକରଣର ଭି.ରାମଚନ୍ଦ୍ରନଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡିକ ପ୍ରଦାନ କରାଯାଇଥାଏ । ୫ଟି ବର୍ଗରେ ଦିଆଯାଉଥିବା ପୁରସ୍କାରଗୁଡିକ ହେଉଛି ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌରସଂସ୍ଥା, ଶ୍ରେଷ୍ଠ ସିଭିକ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିଶନ ଏବଂ ଶ୍ରେଷ୍ଠ ରାଜ୍ୟ ଅର୍ଥକମିଶନ । ଆଜି ଏହି ପୁରସ୍କାର ମିଳିଥିବା ଯୋଗୁଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ, ଆଇନ୍‍, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ବିଭାଗର ପଦାଧିକାରୀମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ନଗର ଉନ୍ନୟନ ଓ ସ୍ମାର୍ଟସିଟି ମିଶନର ସଫଳତାକୁ ସମଗ୍ର ବିଶ୍ୱ ଅନୁସରଣ କରୁଛି । ଆଜିର ଏହି ପୁରସ୍କାର ବିତରଣ ଉତ୍ସବରେ ପୌର ପ୍ରଶାସକ ସଂଗ୍ରାମଜିତ ନାଏକ, ଇଆଇସି ପିଏଚ୍‍ ବସନ୍ତ କୁମାର ସେନାପତି ଓ ଉପଶାସନ ସଚିବ ଶାରଦା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.