ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଆଶା ଦେଖାଇଲେ ଆଶା କୁମାରୀ

0

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେଡି ବିଧାୟକ ଟିକେଟ ବଦଳାଇବ । ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସ୍ଥାନରେ ବିକ୍ରମ ପଣ୍ଡା କିମ୍ୱା ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ହେଲେ ବିଜେପି କିନ୍ତୁ ଏଠାରେ ମହିଳା କାର୍ଡ ଖେଳି ସମବେଦନା ଗୋଟାଇବାକୁ ଚାଲ୍‍ ଚଳାଇଛି । ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ବଦଳରେ ତାଙ୍କ ପତ୍ନୀ ଆଶା କୁମାରୀ ଦାଶ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ଏହାଦ୍ୱାରା ଦଳ ବିବାଦରେ ଥିବା ଶିବଙ୍କୁ ପ୍ରାର୍ଥୀ କରି ଅପବାଦ ଗୋଟାଇବନି । ଏପଟେ ଶିବଙ୍କ ଲୋକପ୍ରିୟତା ତାଙ୍କ ପତ୍ନୀଙ୍କ ସହିତ ଯିବ ଓ ସମବେଦନା ଆଶା ଥିବା କାରଣରୁ ମହିଳା ଭୋଟର ବି ଏକାଠି ହୋଇପାରନ୍ତି ।
ଗତ ନିର୍ବାଚନରେ ଶିବ ଶଙ୍କର ବିଜେଡି ଟିକେଟ୍‍ ନ ପାଇବା ଫଳରେ ଶେଷ ମୁହୂର୍ତରେ ବିଜେପିରେ ଯୋଗ ଦେଇଥିଲେ । ପାଖାପାଖି ୨୪ ହଜାର ଭୋଟ ତାଙ୍କୁ ମିଳିଥିଲା । ହେଲେ ପରବର୍ତୀ ସମୟରେ ମାମଲାରେ ଛନ୍ଦି ହୋଇ ସେ ଜେଲରେ । ବିଜେଡି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାମଲାରେ ଫସାଇଥିବା ଅଭିଯୋଗ ହୋଇଛି । ହେଲେ ଆସନ୍ତା ନିର୍ବାଚନରେ ସେ ଯେ ପ୍ରାର୍ଥୀ ହେବେ ସେ ସମ୍ଭାବନା କ୍ଷୀଣ ।
ଏଭଳି ପରିସ୍ଥିତିରେ ଆଶା କୁମାରୀ ସ୍ୱାମୀଙ୍କ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ରାଜନୀତିକୁ ଆସିବା ଲାଗି ଆଗ୍ରହ ଦେଖାଇଛନ୍ତି । ବିଜେପି ଯେଉଁ ଦାୟିତ୍ୱ ଦେବ, ସେ ତାକୁ ନିର୍ବାହ କରିବେ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ ହେଁ ତାଙ୍କୁ ଯେ ପ୍ରାର୍ଥୀ କରାଯିବ, ସେ ଚର୍ଚ୍ଚା ଜୋର ଧରିଲାଣି ।
ଉଲ୍ଲେଖଯୋଗ୍ୟ, ନିକଟରେ ଆଶା କୁମାରୀଙ୍କୁ ବିଜେପି କେନ୍ଦ୍ର ସରକାରଙ୍କ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ମୁଖ୍ୟ ଅତିଥି କରିଥିଲା । ମୋ ପରିବାର ବିଜେପି ପରିବାର କାର୍ଯ୍ୟକ୍ରମରେ ବି ସେ ଯୋଗ ଦେଇଥିଲେ । ପୂର୍ବରୁ ଆଶା ରାଜନୀତି ମଇଦାନରେ କେବେ ପାଦ ଥାପିନଥିବା ବେଳେ ହଠାତ୍‍ ଏବେ ନିର୍ବାଚନ ଆଗରୁ ସଭାସମିତିରେ ସାମ୍ନାକୁ ଆସିବା ତାଙ୍କ ପ୍ରାର୍ଥିତ୍ୱ ନେଇ ସ୍ପଷ୍ଟ ସଙ୍କେତ ବୋଲି କୁହାଯାଉଛି ।

Leave A Reply

Your email address will not be published.