ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମାଡ଼ି ଆସୁଛି ତାତି; ଏସବୁ ଜିଲ୍ଲାକୁ ୪ଟା ଯାଏ ଘରୁ ବାହାରିବା ମନା

0

ଭୁବନେଶ୍ବର: ରାଜ୍ୟରେ ଭୀଷଣ ଅଂଶୁଘାତ ପରିସ୍ଥିତିକୁ ଲକ୍ଷ୍ୟ ରଖି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର କଟକଣା ଜାରି କରିଛନ୍ତି। ଅରେଞ୍ଜ ଵାର୍ଣ୍ଣିଂ ଜାରି ହୋଇଥିବା ୨୧ଟି ଜିଲ୍ଲାର ଲୋକଙ୍କୁ ଅପରାହ୍ନ ୪ଟା ଯାଏ ଘରୁ ନ ବାହାରିବା ଲାଗି ନିର୍ଦେଶ ଦିଆଯାଇଛି। ମଙ୍ଗଳବାର ଓଡ଼ିଶାର ବାରିପଦା ଜିଲ୍ଲା ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ଥିଲା। ବୁଧବାର ୭୩ ବର୍ଷର ପାଣିପାଗ ଇତିହାସରେ ସବୁଠାରୁ ଅଧିକ ତାତିଥିଲା ରାଜଧାନୀ ଭୁବନେଶ୍ବର। ଆଜି ସକାଳୁ ମଧ୍ୟ ଝାଞ୍ଜିମାଡ଼ ଆରମ୍ଭ ହୋଇଯାଇଛି।

ଅରେଞ୍ଜ ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା, ଖୋର୍ଧା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ନୟାଗଡ, ଅନୁଗୁଳ, ଦେବଗଡ, କେନ୍ଦୁଝର, ବାଲେଶ୍ବର, ମୟୂରଭଂଜ, ସୁନ୍ଦରଗଡ଼଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା।

Leave A Reply

Your email address will not be published.