ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବିଜେପିକୁ ଜବାବ ମାଗ : ନବୀନ

0
  • ଭୋଟରଙ୍କୁ ପ୍ରବର୍ତାଇଥିଲେ ନବୀନ
  • ଶେଷ ନିଶ୍ୱାସ ଯାଏ ଓଡ଼ିଶା ପାଇଁ କାମ କରିବି
  • ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଲେ ମୁଖ୍ୟମନ୍ତ୍ରୀ
  • ଜଳସେଚନ, ରେଳଲାଇନ୍‍, ଏମଏସପି ଓ ପାଣି ପ୍ରସଙ୍ଗ ଉଠାଇଲେ
  • ସରକାରଙ୍କୁ ଆସିବା ମାତ୍ରେ ୨୫ଲକ୍ଷଙ୍କୁ ମିଳିବ୧୦ ହଜାର ଟଙ୍କା

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା କୁନ୍ଦ୍ରା ଗସ୍ତ କରି ନିର୍ବାଚନ ପ୍ରଚାର କରିବା ସହିତ ପୁଣି ଥରେ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ନବରଙ୍ଗପୁର ଜିଲ୍ଲାକୁ ରେଳସେବା ଠାରୁ ଆରମ୍ଭ କରି କେବିକେ ପ୍ରସଙ୍ଗ, ଜଳସେଚନ ଓ ମହାନଦୀ ପାଣି ବନ୍ଦ ପ୍ରସଙ୍ଗ ଉଠାଇ ସେ କେନ୍ଦ୍ର ବିରୋଧରେ ଅଭିଯୋଗର ପାହାଡ ଠିଆ କରିଥିଲେ । ଭୋଟରଙ୍କୁ ପ୍ରବର୍ତାଇଥିଲେ, ଏସବୁ ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାର ଓ ବିଜେପିକୁ ଜବାବ ମାଗନ୍ତୁ ।

କେବଳ ସେତିକି ନୁହେଁ, ଗତକାଲି କୋରାପୁଟ ନିର୍ବାଚନ ସଭାରେ ରଖିଥିବା ଚାଷୀ ପ୍ରସଙ୍ଗ ଉଠାଇ ପୁଣି ଥରେ ଦୋହରାଇ ନବୀନ କହିଥିଲେ ଯେ ଚାଷୀ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ରହିଛି । ଇସ୍ତାହାରରେ ଏହାକୁ ଏକ ନମ୍ୱର ସ୍ଥାନରେ ରଖାଯାଇଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କୁ ସହାୟତା ମିଳିଛି । କଥା ଦେଉଛି, ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ଲଭକ୍ଷ ଚାଷୀ ଏହି ଯୋଜନାରେ ଦୁଇଟି କିସ୍ତି ବାବଦରେ ୧୦ ହଜାର ଟଙ୍କା ଏକାଥରକେ ପାଇବେ । କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ । ଏବେ ନୁହେଁ କି କେବେ ନୁହେଁ ।

ଆଜି ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରର ବଡ ବଡ ନେତାମାନେ ୫ବର୍ଷରେ ଥରେ ବି ନବରଙ୍ଗପୁର ଜିଲ୍ଲା ଆସିଲେନି । ଭୋଟ ପରେ ବି ଆସିବେ ନାହିଁ ।ଏବେ କେବଳ ଭୋଟ ପାଇଁ ସେମାନଙ୍କ ଦେଖା ମିଳୁଛି । ନବରଙ୍ଗପୁର ବାସୀ ସେମାନଙ୍କୁ ଜବାବ ମାଗନ୍ତୁ ଯେ

କାହିଁକି କେବିକେ ଯୋଜନାକୁ ବନ୍ଦ କରିଦେଲେ?ଏସସିଏସ୍‍ଟି ପିଲାଙ୍କ ଛାତ୍ରବୃତ୍ତି ବନ୍ଦ କରିବା ପଛର କାରଣ କଣ? ମହାନଦୀ ପାଣି କାହିଁକି ବନ୍ଦ କଲେ? ବୀମା ଅର୍ଥ ପାଇବାରେ କାହିଁକି ହଇରାଣ ହେଲେ ଚାଷୀ?କୁଆଡେ ଗଲେ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା ପ୍ରସଙ୍ଗ? କୁଆଡେ ଗଲା ୧୦ କୋଟି ଚାକିରି? କୁଆଡେ ଗଲା ନବରଙ୍ଗପୁର ଜିଲ୍ଲାକୁ ରେଳସେବା? ସବୁ କ୍ଷେତକୁ ପାଣି, କାହିଁକି ହେଲାନି? ଓଡ଼ିଶା ଏ ବାବଦରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । କେନ୍ଦ୍ର ମାତ୍ର ୨୫୦ କୋଟି ଦେଇଛି । ଓଡ଼ିଶାରେ ଯେତେବେଳେ ବନ୍ୟା, ବାତ୍ୟା ଓ ମରୁଡି ହେଲା, ସେମାନେ କେଉଁଠି ଥିଲେ?

ମୁଖ୍ୟମନ୍ତ୍ରୀ ଆଜି କହିଥିଲେ ଯେ ସାଢେ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ସେବା କରିଚାଲିଥିିବେ ।

ନବରଙ୍ଗପୁର ଜିଲ୍ଲାର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଆଜି ନବୀନ ନବରଙ୍ଗପୁର ଜିଲ୍ଲାର ରାଇଘର, ଝରିଗାଁ, ନବରଙ୍ଗପୁର ଆଦି ଅଞ୍ଚଳ ବୁଲିଥିଲେ । ପରେ ସେ କୋରାପୁଟର କୁନ୍ଦ୍ରା ଗସ୍ତ କରିଥିଲେ ।

Leave A Reply

Your email address will not be published.