ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଜଙ୍ଗଲ ବାବୁଙ୍କ ଆଲୋଚନା ଅଧିକ, ନିଷ୍ପତ୍ତି କମ୍

0

ଘନ ଘନ ବୈଠକ କଲେ; କାଗଜପତ୍ରରେ ରଖିଦେଲେ ହାତୀ ଇଲାକା ବଢ଼ିବା ନିଷ୍ପତ୍ତି
୨୪୭୨ ବର୍ଗ କିଲୋମିଟରକୁ ନେଇ ହୋଇଥାନ୍ତା ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳ
ଡ. ରମଣ ସୁକୁମାର ଦେଇଥିଲେ ରିପୋର୍ଟ, ଦୁଇବର୍ଷ ହେଲାଣି ତର୍ଜମା ଚଳାଇଛନ୍ତି ବାବୁ

ଭୁବନେଶ୍ବର: ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ ଉଦ୍‌ବେଗ ବଢ଼ିବାରେ ଲାଗିଛି। ଓଡ଼ିଶାରେ ହାତୀ-ମଣିଷ ଲଢେଇ ପ୍ରସଙ୍ଗରେ ମଧ୍ୟ ବିତର୍କ କିଛି କମ୍ ନାହିଁ। ଏମିତି ସ୍ଥିତିରେ ହାତୀର ସୁରକ୍ଷା ନେଇ ରାଜ୍ୟ ସରକାର ଏକ ବଡ଼ ଯୋଜନା ଆରମ୍ଭ କରିଥିଲେ। ଆଲୋଚନା ହୋଇଥିଲା ଯେ ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳର ପରିସୀମାକୁ ଅଢେଇଗୁଣା କରି ଦିଆଯିବ। ବର୍ତମାନ ଏହାର ଆକାର ୧୦୩୮ ବର୍ଗ କିଲୋମିଟର ରହିଛି। ଏହା ବୃଦ୍ଧି ପାଇ ୨୪୭୨ କିଲୋମିଟର ହେବ। ହେଲେ ଘନ ଘନ ବୈଠକ ପରେ ରାଜ୍ୟ ସରକାରଙ୍କର ଜଙ୍ଗଲ ବିଭାଗ ବାବୁମାନେ ଏଭଳି ନିଷ୍ପତ୍ତିକୁ କାଗଜପତ୍ରରେ ରଖିଦେଇଛନ୍ତି। ଏ ସଂକ୍ରାନ୍ତରେ ଏଯାଏ ଠୋସ୍ ନିଷ୍ପତ୍ତି ଆସିପାରିନାହିଁ।


୨୦୨୦ ମସିହା ଜୁନ ମାସରେ ଅନୁଗୁଳରେ ଏ ସଂକ୍ରାନ୍ତରେ ବନ ବିଭାଗର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ପ୍ରତି ଡିଭିଜନ ନିଜର ସୀମା ସଂପର୍କରେ ଏକ ବିସ୍ତୃତ ନକ୍ସା ପ୍ରସ୍ତୁତ କରିବାକୁ ଡିଏଫଓମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଅନୁଗୁଳ ଆରସିସିଏଫ୍, ସମ୍ବଲପୁର ଆରସିସିଏଫ୍, ବୌଦ୍ଧ, ଅନୁଗୁଳ, ଆଠଗଡ଼, ଆଠମଲ୍ଲିକ, ମହାନଦୀ ଢେଙ୍କାନାଳ, କଟକ, ନୟାଗଡ଼, ସାତକୋଶିଆ ଡିଏଫଓ ପ୍ରମୁଖ ଯୋଗ ଦେଇଥିଲେ। ହେଲେ ତା’ପରେ?

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମଣିଷ-ହାତୀ ଲଢ଼େଇ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଗତ କିଛି ବର୍ଷ ଧରି ଏହାକୁ ନେଇ ସରକାର ବାରମ୍ବାର ଅଡ଼ୁଆ ପରିସ୍ଥିତି ସାମ୍ନା କରୁଛନ୍ତି। କେତେବେଳେ ହାତୀ ମଣିଷ ମାରୁଛନ୍ତି ତ ଆଉ କେତେବେଳେ ଟ୍ରେନ୍ ବା ଶିକାରୀର ଶିକାର ହେଉଛି ହାତୀ। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ପୂର୍ବରୁ ଏସିଆନ୍ ନେଚର କନଜରଭେସନ୍ ଫାଉଣ୍ଡେସନର ଡ. ରମଣ ସୁକୁମାରଙ୍କୁ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ଲାଗି ଦାୟିତ୍ବ ଦେଇଥିଲେ। ୨୦୧୪-୧୭ ମଧ୍ୟରେ ଡ. ସୁକୁମାର ସାତକୋଶିଆ ଡ଼ିଭିଜନ ଆଦି ଅନୁଧ୍ୟାନ କରିବା ପରେ ୨୦୧୯ରେ ତାଙ୍କର ରିପୋର୍ଟ ଦେଇଥିଲେ।

ଏହି ରିପୋର୍ଟରେ କୁହାଯାଇଥିଲା ଯେ ଓଡ଼ିଶାରେ ହାତୀ ସଂଖ୍ୟା ଯେତିକି, ସେ ଅନୁସାରେ ପର୍ଯ୍ୟାପ୍ତ ସଂରକ୍ଷିତ ଜଙ୍ଗଲ ତାଙ୍କ ପାଇଁ ନାହିଁ। ହାତୀ ସଂଖ୍ୟା ବଢ଼ୁଥିବା ପରିପ୍ରେକ୍ଷୀରେ ସଂରକ୍ଷିତ ଜଙ୍ଗଲ ପରିମାଣ ବଢି଼ବା ଦରକାର। ଅନ୍ୟଥା ସେମାନେ ଜନବସତିକୁ ମାଡ଼ି ଆସିବେ ହିଁ ଆସିବେ। ଏଥିପାଇଁ ଜଙ୍ଗଲ ସୀମା ବୃଦ୍ଧି ଉପରେ ଡ, ସୁକୁମାର ଗୁରୁତ୍ବାରୋପ କରିଥିଲେ। ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କର୍ମଶାଳା ମଧ୍ୟ କରାଯାଇଥିଲା ଓ ଏଥିରେ ସେ ନିଜେ ଯୋଗଦେଇ ଓଡ଼ିଶାରେ ହାତୀଙ୍କ ସ୍ଥିତି ଓ ସୁରକ୍ଷା ନେଇ ଗୁରୁତ୍ବାରୋପ କରିଥିଲେ।

ଡ. ସୁକୁମାରଙ୍କ ରିପୋର୍ଟ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଏବେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ରହିଛି। ପ୍ରତିବର୍ଷ ହାରାହାରି ୮୦ ହାତୀ ବିଭିନ୍ନ କାରଣରୁ ମରୁଛନ୍ତି। ଏହା କିଛି କମ୍ ଉଦ୍‌ବେଗର ବିଷୟ ନୁହେଁ। ଏଣୁ ସରକାର ଏକାଧିକ ଡ଼ିଭିଜନକୁ ମିଶାଇ ଗୋଟିଏ ବଡ଼ ହାତୀ ସଂରକ୍ଷିତ ଅଞ୍ଚଳ ଘୋଷଣା କରିବା ଲାଗି ଚିଠା ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ଏଯାଏ ଏହା ଚୂଡାନ୍ତ ରୂପ ନେଇପାରୁନାହିଁ। ତୃଣମୂଳସ୍ତରରେ ଏ ନେଇ ଖସଡ଼ା ପ୍ରସ୍ତୁତି ପରେ ଏହା ପିସିସିଏଫ୍‌ଙ୍କ ପାଖକୁ ଯିବା କଥା। ଏବଂ ପରେ ରାଜ୍ୟ ସରକାର ଏଥିରେ ମୋହର ମାରିବାର ବ୍ୟବସ୍ଥା ରହିଛି।

Leave A Reply

Your email address will not be published.