ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କାଲି ନିଷ୍ପତି, ଆଜି ବଦଳୁଛି!

0

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିନକ ପୂର୍ବରୁ ନିଆଯାଇଥିବା ନିଷ୍ପତିରେ ଆଜି କିଛି ପରିବର୍ତନ କରାଯାଇଛି। ପୁରୀ ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରର ଛାତ ଉପରେ କେହି ରହି ରଥଯାତ୍ରା ଦେଖିପାରିବେନାହିଁ। ଏନେଇ କଟକଣା ଲାଗୁ କରାଯାଇଛି ।

ରଥଯାତ୍ରା ସମୟରେ ଘରେ ରହିବେ ଶ୍ରଦ୍ଧାଳୁ । ନିଷ୍ପତିରେ ପରିବର୍ତନ ଆଣିଛି ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ରଥଟଣା ବେଳେ ନିଜ ଛାତ ଉପରେ ରହି ପରିବାର ଲୋକ ରଥଯାତ୍ରା ଦେଖି ପାରିବେ ବୋଲି ସବୁଜ ସଂକେତ ମିଳିଥିଲା ।

ମହାମାରୀ କରୋନା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଛି । ଗତବର୍ଷ ମଧ୍ୟ ଛାତ ଉପରୁ କେହି ରଥଯାତ୍ରା ଦେଖିପାରିବେନି ବୋଲି ପ୍ରଶାସନ ବାରଣ କରାଯାଇଥିଲା । ହେଲେ ଚଳିତ ବର୍ଷ ପ୍ରଥମେ ବଡଦାଣ୍ଡର ଲୋକଙ୍କ କିଛି କଟକଣା କୋହଳ କରାଯାଇଥିବା ବେଳେ ଆଜି ପୁଣି ନିଷ୍ପତିରେ ପରିବର୍ତନ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ବଡ଼ଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ଖାଲି କରାଯିବ । ରଥଯାତ୍ରା ବେଳେ ଟାଉନରେ କର୍ଫ୍ୟୁ ବଳବତ୍ତର ରହିବ । ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

Leave A Reply

Your email address will not be published.