ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କାଲି ନିଷ୍ପତି, ଆଜି ବଦଳୁଛି!

0

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିନକ ପୂର୍ବରୁ ନିଆଯାଇଥିବା ନିଷ୍ପତିରେ ଆଜି କିଛି ପରିବର୍ତନ କରାଯାଇଛି। ପୁରୀ ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରର ଛାତ ଉପରେ କେହି ରହି ରଥଯାତ୍ରା ଦେଖିପାରିବେନାହିଁ। ଏନେଇ କଟକଣା ଲାଗୁ କରାଯାଇଛି ।

ରଥଯାତ୍ରା ସମୟରେ ଘରେ ରହିବେ ଶ୍ରଦ୍ଧାଳୁ । ନିଷ୍ପତିରେ ପରିବର୍ତନ ଆଣିଛି ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ରଥଟଣା ବେଳେ ନିଜ ଛାତ ଉପରେ ରହି ପରିବାର ଲୋକ ରଥଯାତ୍ରା ଦେଖି ପାରିବେ ବୋଲି ସବୁଜ ସଂକେତ ମିଳିଥିଲା ।

ମହାମାରୀ କରୋନା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଛି । ଗତବର୍ଷ ମଧ୍ୟ ଛାତ ଉପରୁ କେହି ରଥଯାତ୍ରା ଦେଖିପାରିବେନି ବୋଲି ପ୍ରଶାସନ ବାରଣ କରାଯାଇଥିଲା । ହେଲେ ଚଳିତ ବର୍ଷ ପ୍ରଥମେ ବଡଦାଣ୍ଡର ଲୋକଙ୍କ କିଛି କଟକଣା କୋହଳ କରାଯାଇଥିବା ବେଳେ ଆଜି ପୁଣି ନିଷ୍ପତିରେ ପରିବର୍ତନ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ବଡ଼ଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ଖାଲି କରାଯିବ । ରଥଯାତ୍ରା ବେଳେ ଟାଉନରେ କର୍ଫ୍ୟୁ ବଳବତ୍ତର ରହିବ । ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

Leave A Reply

Your email address will not be published.