ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି

ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା

0

ଭୁବନେଶ୍ବର: ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା> ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍ଓଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ ରାଜ୍ୟ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ>

ଗର୍ଭବତୀଙ୍କୁ ଟିକା ଦିଆଯିବା ନେଇ ଏହା ପୂର୍ବରୁ କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଥିଲା । ଗାଇଡଲାଇନ ଅନୁସାରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କିନ୍ତୁ ଏବେ ଗର୍ଭବତୀମାନଙ୍କୁ ଟିକା ଦିଆଯିବାର ନାହିଁ । କିଛି ଦିନ ଅପେକ୍ଷା କରିବାକୁ ହେବ।

ଏଇଥିପାଇଁ ଯେ ଟିକା ଦେଉଥିବା କର୍ମଚାରୀଙ୍କୁ ପ୍ରଥମେ ତାଲିମ ଦିଆଯିବ। ଏହା ପରେ ଯାଇ ଟିକାକରଣ କାର୍ଯ୍ୟ କରାଯିବ। ମହାମାରୀ କରୋନାରେ ଅନେକ ଗର୍ଭବତୀ ମହିଳା ଆକ୍ରାନ୍ତ ହେଉଛନ୍ତି। ଗର୍ଭବତୀ ମହିଳା ଓ ନବଜାତକ ଶିଶୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଘଟଣା ଚିନ୍ତା ବଢାଇବାରୁ ଗର୍ଭବତୀ ମହିଳାଙ୍କୁ ଟିକାକରଣ ପାଇଁ କୁହାଯାଇଥିଲା।

Leave A Reply

Your email address will not be published.