ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦର କମାଅ…ଦର କମାଅ..

0
  • ଶେଷରେ ‘ହାତ’ ନିଷ୍ପତ୍ତି ନେଲା, ରାସ୍ତାକୁ ଓହ୍ଲାଇବ, ତୈଳଦର ବୃଦ୍ଧି ପ୍ରତିବାଦ କରିବ
  • ୧୩ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ନବ ନିର୍ମାଣ ଛାତ୍ର ଯୁବ ଛାତ୍ର ସଂଗଠନର ଘୋଷଣା

ଭୁବନେଶ୍ବର: ତୈଳ ଦର ବୃଦ୍ଧିକୁ ନେଇ ତେଜିଲା ବିରୋଧ । ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ତୈଳଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଢେର ବଢିଛି । ଯାହା ଫଳରେ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବେଶ ପ୍ରଭାବିତ ହେଉଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୭ର ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଏବଂ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ତୈଳ ଦର ଲଗାତର ବୃଦ୍ଧି ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ପେଟ୍ରୋଲ ଓ ଡିଜେଲ ଦର ସେଂଚୁରୀ ମାରିଥିବା ବେଳେ ସାଧାରଣ ଜନତାଙ୍କ ପକେଟ ଉପରେ ଏହା ବଡ ପ୍ରଭାବ ପକାଉଛି ।

୭ ତାରିଖରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ପ୍ରତିବାଦ କରିବ କଂଗ୍ରେସ । ୯ ତାରିଖରେ ଜିଲା ସ୍ତରରେ ଏବଂ ଭୁବନେଶ୍ୱରରେ ୧୪ ତାରିଖରେ ପ୍ରତିବାଦ କରାଯିବ । ୧୫ ତାରିଖରେ ପେଟ୍ରୋଲ ନ କିଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବ କଂଗ୍ରେସ । ସେହିପରି ୧୭ ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ କରାଯିବ । ଦେଶରେ ବଢୁଥିବା ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ସେହିପରି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ରୁ ସାଇକେଲ ରାଲି କରାଯାଇ ସମସ୍ତଙ୍କୁ ସଚେତନ କରାଯିବ । ଏବଂ ୧୩ ତାରିଖରେ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ କରିବା ପାଇଁ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଯାଏ ପେଟ୍ରୋଲ ପମ୍ପ ବନ୍ଦ ଡାକରା ଦିଆଯାଇଛି । ଦର ନ କମିଲେ ପେଟ୍ରୋଲ ପମ୍ପଠୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଆଡେ ବିରୋଧ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.