ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦର କମାଅ…ଦର କମାଅ..

0
  • ଶେଷରେ ‘ହାତ’ ନିଷ୍ପତ୍ତି ନେଲା, ରାସ୍ତାକୁ ଓହ୍ଲାଇବ, ତୈଳଦର ବୃଦ୍ଧି ପ୍ରତିବାଦ କରିବ
  • ୧୩ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ନବ ନିର୍ମାଣ ଛାତ୍ର ଯୁବ ଛାତ୍ର ସଂଗଠନର ଘୋଷଣା

ଭୁବନେଶ୍ବର: ତୈଳ ଦର ବୃଦ୍ଧିକୁ ନେଇ ତେଜିଲା ବିରୋଧ । ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ତୈଳଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଢେର ବଢିଛି । ଯାହା ଫଳରେ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବେଶ ପ୍ରଭାବିତ ହେଉଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୭ର ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଏବଂ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ତୈଳ ଦର ଲଗାତର ବୃଦ୍ଧି ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ପେଟ୍ରୋଲ ଓ ଡିଜେଲ ଦର ସେଂଚୁରୀ ମାରିଥିବା ବେଳେ ସାଧାରଣ ଜନତାଙ୍କ ପକେଟ ଉପରେ ଏହା ବଡ ପ୍ରଭାବ ପକାଉଛି ।

୭ ତାରିଖରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ପ୍ରତିବାଦ କରିବ କଂଗ୍ରେସ । ୯ ତାରିଖରେ ଜିଲା ସ୍ତରରେ ଏବଂ ଭୁବନେଶ୍ୱରରେ ୧୪ ତାରିଖରେ ପ୍ରତିବାଦ କରାଯିବ । ୧୫ ତାରିଖରେ ପେଟ୍ରୋଲ ନ କିଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବ କଂଗ୍ରେସ । ସେହିପରି ୧୭ ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ କରାଯିବ । ଦେଶରେ ବଢୁଥିବା ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ସେହିପରି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ରୁ ସାଇକେଲ ରାଲି କରାଯାଇ ସମସ୍ତଙ୍କୁ ସଚେତନ କରାଯିବ । ଏବଂ ୧୩ ତାରିଖରେ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ କରିବା ପାଇଁ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଯାଏ ପେଟ୍ରୋଲ ପମ୍ପ ବନ୍ଦ ଡାକରା ଦିଆଯାଇଛି । ଦର ନ କମିଲେ ପେଟ୍ରୋଲ ପମ୍ପଠୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଆଡେ ବିରୋଧ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.