ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ମହିଳାଙ୍କୁ ମାରିଲା କିଏ?

0

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୀମଟାଙ୍ଗିର ଫେଜ୍-୧ ଅଞ୍ଚଳରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତା’ସହିତ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ମହିଳାଙ୍କ ମୃତ୍ୟୁ ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି । ମହିଳାଙ୍କ ସ୍ୱାମୀ ଘରେ ନଥିଲେ । ପଡୋଶୀଙ୍କ ଠାରୁ ଖବର ପାଇଁ ସେ ଘରେ ପହଚିଂବା ପରେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଥିବା ଆହତ ଯୁବକଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ଚିହ୍ନିନଥିବା କହିଛନ୍ତି । ମୃତ ମହିଳା ଓ ତାଙ୍କ ସ୍ୱାମୀଙ୍କ ଘର ଯାଜୁପରରେ । ସେ ଏହି ଘରେ ୩ ବର୍ଷ ହେଲା ଭଡ଼ାରେ ରହିଆସୁଥିଲେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ କୌଣସି ପ୍ରାଇଭେଟ୍ ସେକ୍ଟରରେ କାମ କରନ୍ତି। ତାଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ଅଛି।

ଘର ଭିତରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ବିଷ ପିଇବା ସହ ହାତରେ କଟା ଦାଗ ଅଛି। ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେ କିଏ ଏବଂ ମହିଳାଙ୍କ ଘରକୁ କାହିଁକି ଆସିଥିଲେ ତାହା ଜଣାପଡିନି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ମହିଳା ଜଣଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ମହିଳାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ , ଏବଂ ଘଟଣା ପଛର ସତ କଣ ସେ ନେଇ ପୁଲିସ ଏବେ ଆରମ୍ଭ କରିଛି ତଦନ୍ତ ।

Leave A Reply

Your email address will not be published.