ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

0

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବି
ରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା

ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ ହୋଇଗଲାଣି। କାରଣ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତ ତଳକୁ ଖସିଗଲାଣି। ଅନ୍ୟ ସବୁ ଜିଲ୍ଲାରୁ ସଂକ୍ରମଣ ଅଳ୍ପ ବହୁତେ କମୁଥିଲେ ମଧ୍ୟ ଖୋର୍ଦ୍ଧାରୁ କିନ୍ତୁ କମିବାର ନାଁ ନେଉନି । କେବଳ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ନୁହେଁ ମୃତ୍ୟୁ ସଂଖ୍ୟା ମଧ୍ୟ ଏ ଜିଲ୍ଲାରୁ ସର୍ବାଧିକ।ଲକଡାଉନ,ସଟଡାଉନ ସତ୍ୱେ କାହିଁକ ଏ ଜିଲ୍ଲାରୁ ସଂକ୍ରମଣ କମୁନାହିଁ ତାହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି।

ସେପଟେ ରାଜ୍ୟରେ ସଂକ୍ରମଣ ହାର ଖସିଥିଲେ ମଧ୍ୟ ଗତ ୧୫ ଦିନ ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ସଂଖ୍ୟା ଖସୁନି। ସେହିପରି ମୃତ୍ୟୁ ସଂଖ୍ୟା ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି। ଆଜି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଉ ୬୫ ମୃତ୍ୟୁର ହିସାବ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ୭୮ ହଜାର ୪୬୬ କରୋନା ନମୁନା ପରୀକ୍ଷା କରାଯାଇଛି। ସଂକ୍ରଣମ ହାର ରହିଛି ୨.୯% । ଖୋର୍ଦ୍ଧାରେ କିନ୍ତୁ କେଉଁଦିନ ସାମାନ୍ୟ ୫୦୦ ତଳକୁ ଖସୁଥିବା ବେଳେ ପୁଣି ଆର ଦିନକୁ ୫୦୦ ଟପୁଛି। ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ; ଯାହା ସର୍ବାଧିକ। ସେହିପରି କଟକରୁ ୨୮୯, ଯାଜପୁରରୁ ୧୧, ମୟୂରଭଂଜରୁ ୧୪୧, ପୁରୀରୁ ୧୨୭, ବାଲେଶ୍ୱରରୁ ୧୪୬, ନୟାଗଡରୁ ୮୩,ଭଦ୍ରକରୁ ୭୧, ଜଗତସିଂହପୁରରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚିଛି।

ସେହିପରି ଅଡିଟ୍ ପରେ ଆଜି ଆଉ ୬୫ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଏହି ତଥ୍ୟ କହୁଛି। ପୁରୀ,କେନ୍ଦୁଝର, ବରଗଡରୁ ୬ ଜଣ ଲେଖାଁଏ, ଅନୁଗୁଳ, ମୟୂରଭଂଜରୁ ୫ ଲେଖାଁଏ ଓ ନୟାଗଡରୁ ୪ ଆକ୍ରାନ୍ତ କରୋନାରେ ଆଖିବୁଜିଛନ୍ତି। ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪ ହଜାର ୫୯୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.