ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

0

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବି
ରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା

ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ ହୋଇଗଲାଣି। କାରଣ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତ ତଳକୁ ଖସିଗଲାଣି। ଅନ୍ୟ ସବୁ ଜିଲ୍ଲାରୁ ସଂକ୍ରମଣ ଅଳ୍ପ ବହୁତେ କମୁଥିଲେ ମଧ୍ୟ ଖୋର୍ଦ୍ଧାରୁ କିନ୍ତୁ କମିବାର ନାଁ ନେଉନି । କେବଳ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ନୁହେଁ ମୃତ୍ୟୁ ସଂଖ୍ୟା ମଧ୍ୟ ଏ ଜିଲ୍ଲାରୁ ସର୍ବାଧିକ।ଲକଡାଉନ,ସଟଡାଉନ ସତ୍ୱେ କାହିଁକ ଏ ଜିଲ୍ଲାରୁ ସଂକ୍ରମଣ କମୁନାହିଁ ତାହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି।

ସେପଟେ ରାଜ୍ୟରେ ସଂକ୍ରମଣ ହାର ଖସିଥିଲେ ମଧ୍ୟ ଗତ ୧୫ ଦିନ ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ସଂଖ୍ୟା ଖସୁନି। ସେହିପରି ମୃତ୍ୟୁ ସଂଖ୍ୟା ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି। ଆଜି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଉ ୬୫ ମୃତ୍ୟୁର ହିସାବ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ୭୮ ହଜାର ୪୬୬ କରୋନା ନମୁନା ପରୀକ୍ଷା କରାଯାଇଛି। ସଂକ୍ରଣମ ହାର ରହିଛି ୨.୯% । ଖୋର୍ଦ୍ଧାରେ କିନ୍ତୁ କେଉଁଦିନ ସାମାନ୍ୟ ୫୦୦ ତଳକୁ ଖସୁଥିବା ବେଳେ ପୁଣି ଆର ଦିନକୁ ୫୦୦ ଟପୁଛି। ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ; ଯାହା ସର୍ବାଧିକ। ସେହିପରି କଟକରୁ ୨୮୯, ଯାଜପୁରରୁ ୧୧, ମୟୂରଭଂଜରୁ ୧୪୧, ପୁରୀରୁ ୧୨୭, ବାଲେଶ୍ୱରରୁ ୧୪୬, ନୟାଗଡରୁ ୮୩,ଭଦ୍ରକରୁ ୭୧, ଜଗତସିଂହପୁରରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚିଛି।

ସେହିପରି ଅଡିଟ୍ ପରେ ଆଜି ଆଉ ୬୫ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଏହି ତଥ୍ୟ କହୁଛି। ପୁରୀ,କେନ୍ଦୁଝର, ବରଗଡରୁ ୬ ଜଣ ଲେଖାଁଏ, ଅନୁଗୁଳ, ମୟୂରଭଂଜରୁ ୫ ଲେଖାଁଏ ଓ ନୟାଗଡରୁ ୪ ଆକ୍ରାନ୍ତ କରୋନାରେ ଆଖିବୁଜିଛନ୍ତି। ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪ ହଜାର ୫୯୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.