ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ

0

ପୁରୀରେ ସାମାନ୍ୟ କୋହଳ ହେଲା କର୍ଫ୍ୟୁ

ପୁରୀ: ଶରଧାବାଲିରେ ତିନି ରଥ। ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ନିର୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚିଥିଲେ ମହାପ୍ରଭୁ। ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସେପଟେ ପୁରୀରେ ଲାଗିଥିବା କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି।

କରୋନା କଟକଣା ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଗୋଟି ପହଣ୍ଡିରେ ବିଜେ କରିବେ ଜନ୍ମବେଦୀ ବା ଆଡପମଣ୍ଡପକୁ । ଅପରାହ୍ନରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କରଗୋଟି ପହଣ୍ଡି ଆରମ୍ଭ ହେବ। ଏହା ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ। ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର। ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି। ଭକ୍ତ-ଭଗବାନଙ୍କ ମିଳନ ସିନା ହେବନି ହେଲେ ଭକ୍ତଙ୍କୁ କିନ୍ତୁ ଆଡ଼ପ ଅବଢ଼ା ମିଳିବ । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ଆଡପଅବଢା ପ୍ରସ୍ତୁତି ପରିମାଣ କମ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି।

ବିନା ଭକ୍ତରେ ଶାନ୍ତିଶୃଙ୍ଖଳାର ସହ ସୋମବାର ଅନୁଷ୍ଠିତ ହୋଇଯାଇଛି ଦାରୁବ୍ରହ୍ମଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଚିଂଥିଲେ ୩ ରଥ । କରୋନା କଟକଣା ପାଇଁ କେବଳ ସେବାୟତମାନେ ୩ ରଥକୁ ଟାଣି ଟାଣି ନେଇ ଶରଧାବାଲିରେ ଲଗାଇଥିଲେ। କିନ୍ତୁ ଯେଉଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ଭକ୍ତଙ୍କ ଗହଳି ଲାଗୁଥିଲା, ହରିବୋଲ,ହୁଳିହୁଳିରେ ବାଡିଦାଣ୍ଡ ଫାଟିପଡେ: ସେଠି କିନ୍ତୁ ନଥିଲା ଭକ୍ତଙ୍କ କୋଳାହାଳ । ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଭକ୍ତ। ଆସନ୍ତାବର୍ଷ ଯେପରି ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଏହି ଭୂତାଣୁର ପାଚେରୀ ହଟାଇ ପୁଣି ସେହି ମହାମିଳନ ହେବ ସେ ନେଇ ପ୍ରାର୍ଥନା କରୁଥିଲେ ଶ୍ରଦ୍ଧାଳୁ।

Leave A Reply

Your email address will not be published.