ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ପର୍ଯ୍ୟଟକଙ୍କୁ ହୋଟେଲ ଛାଡିବାକୁ ନିର୍ଦେଶ

0

ପୁରୀ: ଭୀଷଣ ରୂପ ଧାରଣ କରି ଆସୁଥିବା ବାତ୍ୟା ଫନିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପର୍ଯ୍ୟଟକଙ୍କୁ ହୋଟେଲ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଛି । ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସମସ୍ତ ହୋଟେଲ ମାଲିକଙ୍କୁ ଏ ନେଇ ନିର୍ଦେଶ ଦେବା ସହିତ ହୋଟେଲ ଖାଲି କରିବା ପାଇଁ କହିଛନ୍ତି ।
ଜିଲ୍ଲା ପ୍ରଶାସନ କହିଛି, ଫନି ଆସନ୍ତା ୩ ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡ ନିକଟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଏହିସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୨୦୦ କିଲୋମିଟର ଥାଇପାରେ । ବିଜୁଳି ସରବରାହ ବ୍ୟାହତ ହେବାର ଆଶଙ୍କା ରହିଛି । ଏହାସହିତ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇପାରେ ।ଏଣୁ ପର୍ଯ୍ୟଟକଙ୍କୁ ହୋଟେଲ ଛାଡିବା ଲାଗି ନିର୍ଦେଶ ଦେବାକୁ ପ୍ରଶାସନ ଅନୁରୋଧ କରିଛି । ୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Leave A Reply

Your email address will not be published.