ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସଜବାଜ:ବରିଷ୍ଠ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ

0

୪ ତାରିଖ ଯାଏ ନନ୍ଦନକାନନ ବନ୍ଦ ରହିବ
ରେଳସେବାରେ ବଡ଼ ପରିବର୍ତନ ଅଣାଯିବ
୨ରୁ ଶିକ୍ଷାନୁଷ୍ଠାନ ଛୁଟି, ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ୧୨ ଜଣ ଆଇଏଏସ୍‍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି ।ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ ତଥା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର ପୁରୀ ଜିଲ୍ଲା ଦାୟିତ୍ୱରେ ରହିବେ । କେବିକେ ପ୍ରଶାସକ ସୁଦର୍ଶନ ପାଲ ଠାକୁରଙ୍କୁ ଭଦ୍ରକ, ଜଳସଂପଦ ସଚିବ ପ୍ରଦୀପ ଜେନାଙ୍କୁ କେନ୍ଦ୍ରାପଡା, ଶିଳ୍ପ ସଚିବ ସଂଜୀବ ଚୋପ୍ରାଙ୍କୁ କଟକ, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର, ସମବାୟ ସଚିବ ଡ. କ୍ରିଷନ୍‍ କୁମାରଙ୍କୁ ଖୋର୍ଧା, କଟକ ଆରଡିସି ଅନୀଲ ସାମଲଙ୍କୁ ଯାଜପୁର, ଇଷ୍ଟେଟ୍‍ ନିର୍ଦେଶକ ହେମନ୍ତ କୁମାର ପାଢୀଙ୍କୁ କେନ୍ଦ୍ରାପଡା, ପୌର ପ୍ରଶାସକ ସଂଗ୍ରାମଜିତ୍‍ ନାୟକଙ୍କୁ କଟକ ମହାନଗର ନିଗମ, ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବାଲେଶ୍ୱର, ଗୃହ ବିଭାଗର ଉପସଚିବ ମନୀଷା ବାନାର୍ଜୀଙ୍କୁ ସ୍ୱତନ୍ତ୍ର ରିଲିଫ୍‍ କମିସନରଙ୍କ କାର୍ଯ୍ୟାଳୟ,କୋରାପୁଟ ଜି୍‍ଲ୍ଲା ପ୍ରକଳ୍ପ ନିର୍ଦେଶକ ମହମ୍ମଦ ଅବଦୁଲ୍‍ ଅକଚତର୍‍ଙ୍କୁ ବାଲେଶ୍ୱର ଦାୟିତ୍ୱ ପ୍ରଦାନ କରାଯାଇଛି । ସେମାନେ ସେଠାରେ ରହି ପ୍ରାକ୍‍ ବାତ୍ୟା ଓ ପରବର୍ତୀ ବାତ୍ୟା ପରିସ୍ଥିତିର ସଠିକ୍‍ ପରିଚାଳନା କରିବେ ବୋଲି ସୂଚନା ମିଳିଛି ।

ସେହିପରି ପୂର୍ବତଟ ରେଳପଥ ବାତ୍ୟାକୁ ଦୃଷ୍ଟିରେ ରଖି ଟ୍ରେନ ସେବାରେ ପରିବର୍ତନ ଆଣିପାରନ୍ତି । ଭଦ୍ରକ ଓ ଭାଇଜାଗ୍‍ ମଧ୍ୟରେ ରେଳଚଳାଚଳ ବ୍ୟାହତ ହୋଇପାରେ । ଏ ନେଇ ଖୁବ୍‍ ଶୀଘ୍ର କର୍ତୃପକ୍ଷ ସୂଚନା ଦେବେ । ତେବେ ଫନି ପାଇଁ ନନ୍ଦନକାନନକୁ ୪ତାରିଖ ଯାଏ ବନ୍ଦ ଘୋଷଣା କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍‍ ଗୁରୁବାର ଠାରୁ ନନ୍ଦନକାନନ ବନ୍ଦ ରହିବ ।

ଅନ୍ୟପକ୍ଷରେ ୧୫ ତାରିଖ ଯାଏ ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ ତାରିଖରୁ ସମସ୍ତ ସରକାରୀ ଓ ବେସରକରୀ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ।

ଉଲ୍ଲେଖଥାଉକି, ଗଞ୍ଜାମ ଜିଲ୍ଲା ଉପକୂଳରେ ଥିବା ୧ଲକ୍ଷ ୨୮ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ପୁରୀରେ ପାଖାପାଖି ୧ଲକ୍ଷ ଲୋକ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବେ ।

Leave A Reply

Your email address will not be published.