ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କ’ଣ କହିବେ ମୁଖ୍ୟ ଶାସନ ସଚିବ?

0

ଭୁବନେଶ୍ବର: ଆସନ୍ତାକାଲି ସକାଳେ ସରୁଛି ରାଜ୍ୟରେ ଆଶିଂକ ଲକଡାଉନର ଅବଧି । ତେଣୁ କଟକଣା ବଳବତର ରହିବ ନା ଉଠିବ ତା ଉପରେ ଏବେ ସମସ୍ତଙ୍କ ନଜର । ଏନେଇ ଆଜି ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ।

କାଟାଗୋରୀ ‘ବି’ରେ ଥିବା ୧୦ ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ତେଣୁ ‘ବି’ କାଟାଗୋରୀରେ ଥିବା ୧୦ ଜିଲ୍ଲାରୁ ୬ ଟି ଜିଲ୍ଲା ‘ଏ’ କାଟାଗୋରୀରେ ସାମିଲ ହୋଇପାରେ। ଅର୍ଥାତ ୨୬ଟି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ। ସଂକ୍ରମଣ ଅଧିକ ଥିବା ୪ଟି ଜିଲ୍ଲାରେ କଟକଣା ରହିବା ସମ୍ଭାବନା ଅଧିକ।

ଖୋର୍ଧା, କଟକ, ପୁରୀ ଓ ବାଲେଶ୍ୱର ଏହି ୪ ଜିଲ୍ଲାରେ କଟକଣା ରହିପାରେ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି। ଆଉ ୨୬ଟି ଜିଲ୍ଲାରେ କଟକଣା ଅଧିକ କିଛି ମାତ୍ରା କୋହଳ କରାଯିବ। କେବଳ ନାଇଟ୍ କର୍ଫ୍ୟୁ ରହିପାରେ। ବେଶୀ ପ୍ରଭାବିତ ୪ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୬ ଯାଏ ସଟଡାଉନ୍ ଓ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିପାରେ ।

ହେଲେ ଛୋଟ ଛୋଟ ସେଲୁନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ପାର୍ଲର, ଜିମ ଖୋଲିବା ପାଇଁ ସରକାର ଅନୁମତି ଦେବେ କି ନାହିଁ ତା ଉପରେ ବି ଏବେ ସମସ୍ତଙ୍କ ନଜର । ସେହିପରି ମଲ ଖୋଲିବା ଉପରେ କି ନିଷ୍ପତି ନିଆଯିବ ତା ବି ଗୁରୁତ୍ୱପୂର୍ଣ୍ଣ । ସଭା ସମିତି ପାଇଁ ସରକାର କି ପଦକ୍ଷେପ ନେବେ, ଧାର୍ମିକସ୍ଥଳୀ, ପର୍ଯ୍ୟଟନ କେନ୍ଦ୍ରକୁ ଗତାଗତ ଅନୁମତି ମିଳିବ କି ନାହିଁ, ତାହା ବି ଦେଖିବାର କଥା।

Leave A Reply

Your email address will not be published.