ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ବସରେ ଶେଷ ରାତି…

0

ଲକ୍ଷ୍ନୌ: ମୃତ୍ୟୁ କେମିତି, କେତେବେଳେ ଓ କେଉଁ ସମୟରେ ଆସିବ ତାହା କହିହେବନାହିଁ। ଏଇ ଯେମିତି ଗତ ରାତିରେ ଉତ୍ତରପ୍ରଦେଶରେ ଘଟିଲା। ରାସ୍ତାକଡ଼ରେ ଛିଡାହୋଇଥିବା ବସକୁ ଧକ୍କା ଦେଲା ଟ୍ରକ। ଆଉ ବସ ଭିତରେ ଶୋଇଥିବା ଅବସ୍ଥାରେ ଚାଲିଗଲା ୧୮ ଜଣଙ୍କ ଜୀବନ।

ଉତ୍ତରପ୍ରଦେଶର ବାରବାଙ୍କିରୁ ଆସିଥିବା ଏଭଳି ଏକ ଦୁଃଖଦ ଖବର ଯେ କୌଣସି ବ୍ୟକ୍ତିଙ୍କୁ ସକାଳୁ ସକାଳୁ ଗଭୀର ଆଘାତ ଦେବ। ବସଟି ହରିଆନାରୁ ବିହାର ଯାଉଥିଲା। ରାତି ପ୍ରାୟ ୧ଟା ୩୦ ହେବ। ବାରବାଙ୍କିରେ ଲକ୍ଷ୍ନୌ-ଅଯୋଧ୍ୟା ହାଇୱେରେ ଏକ ନଦୀ ପୋଲ ଉପରେ ବସଟି ହଠାତ ଖରାପ ହୋଇଯାଇଥିଲା। ବସ ଡ୍ରାଇଭର ଓ ଅନ୍ୟମାନେ ବସର ମରାମତି କରୁଥିଲେ। ବସରେ ଯାତ୍ରୀମାନେ ଶୋଇରହିଥିଲେ। ଏହି ସମୟରେ ଏକ ଦ୍ରୁତ
ଗତିରେ ଆସୁଥିବା ଟ୍ରକ ବସକୁ ଜୋରରେ ଧକ୍କା ଦେଇଥିଲା। ଟ୍ରକଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣା ସ୍ଥଳରେ ହିଁ ଅନେକ ଯାତ୍ରୀଙ୍କ ମୃତ୍ୟୁ
ହୋଇଥିଲା।

ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ନୌ ଟ୍ରମା କେନ୍ଦ୍ରକୁ ପଠାଯାଇଛି। ବସ ତଳେ ଫସିରହିଥିବା
ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଛି। ତେବେ ବର୍ଷା ହୋଇଥିବା କାରଣରୁ ଦୁର୍ଘଟଣାର ଅନେକ ସମୟ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏବଂ
ଆହତଙ୍କୁ ହସ୍ପିଟାଲ ପଠାଯାଇଥିଲା ।

Leave A Reply

Your email address will not be published.