ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବସରେ ଶେଷ ରାତି…

0

ଲକ୍ଷ୍ନୌ: ମୃତ୍ୟୁ କେମିତି, କେତେବେଳେ ଓ କେଉଁ ସମୟରେ ଆସିବ ତାହା କହିହେବନାହିଁ। ଏଇ ଯେମିତି ଗତ ରାତିରେ ଉତ୍ତରପ୍ରଦେଶରେ ଘଟିଲା। ରାସ୍ତାକଡ଼ରେ ଛିଡାହୋଇଥିବା ବସକୁ ଧକ୍କା ଦେଲା ଟ୍ରକ। ଆଉ ବସ ଭିତରେ ଶୋଇଥିବା ଅବସ୍ଥାରେ ଚାଲିଗଲା ୧୮ ଜଣଙ୍କ ଜୀବନ।

ଉତ୍ତରପ୍ରଦେଶର ବାରବାଙ୍କିରୁ ଆସିଥିବା ଏଭଳି ଏକ ଦୁଃଖଦ ଖବର ଯେ କୌଣସି ବ୍ୟକ୍ତିଙ୍କୁ ସକାଳୁ ସକାଳୁ ଗଭୀର ଆଘାତ ଦେବ। ବସଟି ହରିଆନାରୁ ବିହାର ଯାଉଥିଲା। ରାତି ପ୍ରାୟ ୧ଟା ୩୦ ହେବ। ବାରବାଙ୍କିରେ ଲକ୍ଷ୍ନୌ-ଅଯୋଧ୍ୟା ହାଇୱେରେ ଏକ ନଦୀ ପୋଲ ଉପରେ ବସଟି ହଠାତ ଖରାପ ହୋଇଯାଇଥିଲା। ବସ ଡ୍ରାଇଭର ଓ ଅନ୍ୟମାନେ ବସର ମରାମତି କରୁଥିଲେ। ବସରେ ଯାତ୍ରୀମାନେ ଶୋଇରହିଥିଲେ। ଏହି ସମୟରେ ଏକ ଦ୍ରୁତ
ଗତିରେ ଆସୁଥିବା ଟ୍ରକ ବସକୁ ଜୋରରେ ଧକ୍କା ଦେଇଥିଲା। ଟ୍ରକଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣା ସ୍ଥଳରେ ହିଁ ଅନେକ ଯାତ୍ରୀଙ୍କ ମୃତ୍ୟୁ
ହୋଇଥିଲା।

ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ନୌ ଟ୍ରମା କେନ୍ଦ୍ରକୁ ପଠାଯାଇଛି। ବସ ତଳେ ଫସିରହିଥିବା
ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଛି। ତେବେ ବର୍ଷା ହୋଇଥିବା କାରଣରୁ ଦୁର୍ଘଟଣାର ଅନେକ ସମୟ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏବଂ
ଆହତଙ୍କୁ ହସ୍ପିଟାଲ ପଠାଯାଇଥିଲା ।

Leave A Reply

Your email address will not be published.