ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସବୁ ଖୋଲିଲା, ଅଳ୍ପ କିଛି ବନ୍ଦ ରହିଲା

0

ଭୁବନେଶ୍ବର: ଆସିଲା ଅଗଷ୍ଟ ମାସର ନିୟମାବଳୀ। ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି। ଏ ଓ ବି କାଟାଗୋରି ଜିଲ୍ଲା ହିସାବକୁ ବି ହଟାଇ ଦିଆଯାଇଛି। ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦେଶନାମାରେ ଅନେକ କୋଭିଡ଼ କଟକଣାକୁ କୋହଳ କରାଯାଇଛି।

ସୂଚନା ଦେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ସନ୍ଧ୍ୟା ୮ଟାରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁ ଜାରି ରହିବ । କେବଳ ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ସାରା ରାଜ୍ୟରେ ରାତି ୮ଟା ଯାଏ ଦୋକାନ ବଜାର ଖୋଲିବ। ସେହିପରି ରାଜ୍ୟରେ ଖୋଲିବ ମଲ, ସିନେମା ହଲ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି। କୋଭିଡ ନିୟମ ମାନି ମଲକୁ ଯିବାକୁ ଅନୁମତି ମିଳିଛି। କଟକ, ଭୁବନେଶ୍ବର, ପୁରୀରେ ପ୍ରାପ୍ତ ବୟସ୍କମାନେ ଟିକା ନେଇଥିବା ଦରକାର।

ସେହିପରି ୫୦ ପ୍ରତିଶତ ଲୋକଙ୍କୁ ନେଇ ଯାତ୍ରା ପାଇଁ ଅନୁମତି ମିଳିଛି। ରେସ୍ତୋରାଁ ବି ଖୋଲିବ। ୫୦ ପ୍ରତିଶତ ଲୋକଙ୍କୁ ନେଇ ଏହା ସହିତ,ଢାବା ବି ଖୋଲିବ। ରାସ୍ତାକଡ଼ରେ ଲୋକେ ଜଳଖିଆ ଦୋକାନରେ ଖାଇପାରିବେ। ବେଳାଭୂମିକୁ ମଧ୍ୟ ଯିବାକୁ ଅନୁମତି ମିଳିଛି । ନିତିଦିନିଆ ହାଟ ଓ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଛି । ସାରା ରାଜ୍ୟରେ ଆହାର କେନ୍ଦ୍ରରେ ଯାଇ ଲୋକେ ଖାଇପାରିବେ। ଧାର୍ମିକ , ରାଜନୈତିକ, ସାଂସ୍କୃତିକ ସମାବେଶ ହୋଇପାରିବନି। ପ୍ରଦର୍ଶନୀ.ମେଳା, ମହୋତ୍ସବ ମଧ୍ୟ ବନ୍ଦ ରହିବ। ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ସଂପର୍କରେ ସଂପୃକ୍ତ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।

Leave A Reply

Your email address will not be published.