ଗଡିଲା ମୋ ବସ । ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ମୋ ବସ କର୍ମଚାରୀ । ଆସନ୍ତା ୭ ତାରିଖ ମଧ୍ୟରେ ଦରମା ବୃଦ୍ଧି ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି କର୍ମଚାର । ତେବେ ଯଦି ୭ ତାରିଖ ସୁଦ୍ଧା କୌଣସି ନିଷତ୍ତି ନନିଆଯାଏ ଆନ୍ଦୋଳନକୁ ପୁଣି ଓହ୍ଲାଇବ ସଂଘ । ମୋ ବସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୧୦୦ରୁ ଅଧିକ ବସ ବନ୍ଦ ଥିଲା । ଆନ୍ଦୋଳନ କରୁଥିବା ‘ମୋ ବସ’ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ବଢିବାରେ ଲାଗିଛି ।ପେଟ୍ରୋଲ ମଧ୍ୟ ଶହେ ଟପିଲାଣି । ୧୨ ହଜାର ଟଙ୍କା ଦରମା ମିଳୁଥିବା ବେଳେ ଏବେ ଦିନକୁ ୮ ଘଂଟା ହିସାବରେ ୨୬ ଦିନକୁ ୧୮ ହଜାର ଟଙ୍କା ଦରମା ଦେବାକୁ ସେମାନେ ଦାବି କରିଛନ୍ତି । ଏନେଇ ସରକାର ଲିଖିତି ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ତେବେ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ