ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ପଦକ ଆଶା ଦେଖାଇଲେ ପୁନିଆ

0

ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ ଖେଳାଳିଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ କ୍ୱାର୍ଟର ଫାଇନାଲରେ ଇରାନ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ପୁନିଆ। ଆଜି ପ୍ରି କ୍ୱାର୍ଟରରେ କିର୍ଗିଜସ୍ତାନ ଖେଳାଳି ଅକମାତାଲିଏଭଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଗତକାଲି ରବି ଦହିୟା ମଧ୍ୟ କୁସ୍ତିରେ ଭାରତ ପାଇଁ ରୌପ୍ୟ ପଦକ ଆଣିସାରିଛନ୍ତି। ଫାଇନାଲରେ ଋଷ ଖେଳାଳିଙ୍କ ସହ ଲଢେଇ କରି ସେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ଭାରତକୁ ଏଯାଏ ୫ଟି ପଦକ ମିଳିସାରିଛି । ୩ଟି ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ମିଳିଛି । ଆଗକୁ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇପାରେ।

Leave A Reply

Your email address will not be published.