ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ

0

ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି।

ଗତ ୨୪ ଘଣ୍ଟାରେ ୬୯ ହଜାର ୩୬୯ ନମୁନା ପରୀକ୍ଷା ହୋଇଥିବା ବେଳେ ୧୨ ଶହ ୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୧.୭୪% । ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୩,ଅନୁଗୁଳ ୫୫, ବାଲେଶ୍ୱର ୬୩,ଭଦ୍ରକ ୨୨,ଜଗତସିଂହପୁର ୬୦,ଯାଜପୁର ୫୭,ପୁରୀରୁ ୫୮, ମୟୂରଭଂଜରୁ ୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୪ ହଜାର ୭୩୧ରେ ପହଞ୍ଛିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୬ ଥିବା ବେଳେ ୯ ଲକ୍ଷ ୬୫୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସେପଟେ ଆଜି ୬୬ ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦିଆଯାଇଛି । ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୩୦୨କୁ ବୃଦ୍ଧି ପାଇଛି ।ରାଜ୍ୟରେ ଏବେ ଗ୍ରାମାଞ୍ଚଳରେ ଟିକାକରଣ ଉପରେ ଫୋକସ କରାଯାଇଛି। ସହରରେ ୮୦ ପ୍ରତିଶତ ଟିକାକରଣ ସରିଥିବା ବେଳେ ଏବେ ଗ୍ରାମାଞ୍ଚଳକୁ ଫୋକସ ଦିଆଯାଉଛି ବୋଲି ଗତକାଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଥିଲେ। ଏଯାଏ ରାଜ୍ୟରେ ୧.୭୧ କୋଟି ଡୋଜ ଟିକାକରଣ ହୋଇଛି ।

Leave A Reply

Your email address will not be published.