ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ

0

ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି।

ଗତ ୨୪ ଘଣ୍ଟାରେ ୬୯ ହଜାର ୩୬୯ ନମୁନା ପରୀକ୍ଷା ହୋଇଥିବା ବେଳେ ୧୨ ଶହ ୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୧.୭୪% । ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୭୩,ଅନୁଗୁଳ ୫୫, ବାଲେଶ୍ୱର ୬୩,ଭଦ୍ରକ ୨୨,ଜଗତସିଂହପୁର ୬୦,ଯାଜପୁର ୫୭,ପୁରୀରୁ ୫୮, ମୟୂରଭଂଜରୁ ୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୪ ହଜାର ୭୩୧ରେ ପହଞ୍ଛିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୬ ଥିବା ବେଳେ ୯ ଲକ୍ଷ ୬୫୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସେପଟେ ଆଜି ୬୬ ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦିଆଯାଇଛି । ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୩୦୨କୁ ବୃଦ୍ଧି ପାଇଛି ।ରାଜ୍ୟରେ ଏବେ ଗ୍ରାମାଞ୍ଚଳରେ ଟିକାକରଣ ଉପରେ ଫୋକସ କରାଯାଇଛି। ସହରରେ ୮୦ ପ୍ରତିଶତ ଟିକାକରଣ ସରିଥିବା ବେଳେ ଏବେ ଗ୍ରାମାଞ୍ଚଳକୁ ଫୋକସ ଦିଆଯାଉଛି ବୋଲି ଗତକାଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଥିଲେ। ଏଯାଏ ରାଜ୍ୟରେ ୧.୭୧ କୋଟି ଡୋଜ ଟିକାକରଣ ହୋଇଛି ।

Leave A Reply

Your email address will not be published.