ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆସୁଛି ‘ବଡେ ଅଛେ ଲଗତେ ହେଁ’…ହେଲେ ନୂଆ ରୂପରେ..

0

‘ବଡେ ଅଛେ ଲଗତେ ହେଁ’। ଏହି ଟେଲି ଧାରାବାହିକଟି ଯେତିକି ଲୋକପ୍ରିୟ ହୋଇନଥିଲା ତାହା ଟାଇଟେଲ ସଙ୍ଗୀତ ତା’ଠୁ ଅଧିକ ଲୋକ ମୁଖରେ ଥିଲା। ‘ବଡେ ଅଛେ ଲଗତେ ହେଁ’ର ଗୀତକୁ ଆଜି ବି ଲୋକ ମନେ ମନେ ଗୁଣୁ ଗୁଣୁ ହୋଇ ବୋଲନ୍ତି। ଖୁସି ଖବର ହେଉଛି ପୁଣି ପରଦାକୁ ଫେରୁଛି ବିଗତ ଦିନର ଚର୍ଚ୍ଚିତଏହି ଧାରାବାହିକ। ଖୁବଶୀଘ୍ର ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ଏହାର ସିଜିନ ଟୁ।

ପ୍ରାୟ ୧୦ ବର୍ଷ ପରେ ଦର୍ଶକଙ୍କ ମନକୁ ଛୁଇଁଥିବା ଏହି ଧାରାବାହିକଟି ଟିଭି ପରଦାକୁ ଫେରୁଛି। ଏହି ଧାରାବାହିକର ନାମ ସମାନ ରହିଥିଲେ ମଧ୍ୟ ଏହାର କାହାଣୀ ଏବଂ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ନାୟକ ଏବଂ ନାୟିକା ଭିନ୍ନ ରହିଛନ୍ତି। ଏହି ଧାରାବାହିକର ବହୁଚର୍ଚ୍ଚିତ ଯୋଡି ରାମ- ପ୍ରିୟାଙ୍କ (ରାମ କପୁର-ସାକ୍ଷସୀ ତନବର) କେମେଷ୍ଟ୍ରିକୁ ଦର୍ଶକ ସିଜିନ ଟୁରୁ ଦେଖିବାରୁ ବଞ୍ଚିତ ହେବେ। କାରଣ ଏଥର ମୁଖ୍ୟ ଭୂମିକାରେ ନଜରରେ ଆସିବେ ଦୁଇଟି ନୂଆ ଚେହେରା ନକୁଳ ମେହେଟା ଓ ଦିଶା ପରମାର ରାମ ଓ ସାକ୍ସି ଭୂମିକାରେ। ନକୁଲ ଓ ଦିଶାଙ୍କୁ ଏଥିରେ ଦ୍ୱିତୀୟ ଥର ପାଇଁ ଏକାଠି ଦେଖିବାକୁ ମିଳିବ। ନକୁଲ ଓ ଦିଶା ଏହା ପୂର୍ବରୁ ପ୍ୟାର କା ଦର୍ଦ୍ ହେ ମିଠା ମିଠା ପ୍ୟାରା ପ୍ୟାରା ସିରିଅଲରେ ଏକାଠି କାମ କରି ସାରିଛନ୍ତି । ଏହି ଯୋଡିର କମ୍ ବ୍ଯାକ୍‌କୁ ନେଇ ଏମାନଙ୍କ ଫ୍ୟାନ ଉତ୍ସାହିତ ଅଛନ୍ତି।

ଧାରାବାହିକର ନିର୍ମାତା ଏକତା କପୁର ଏ ନେଇ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ଇଂଷ୍ଟ୍ରାଗାମ୍‌ରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ କି ଏହି ଧାରାବାହିକର ପ୍ରଥମ ପ୍ରମୋ ରହିଛି। ପ୍ରଥମ ସିଜିନରେ ଏହି ଧାରାବାହିକର କାହାଣୀ ସହ ଏହାର ମୁଖ୍ୟ ଗୀତଟିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏହି ଗୀତଟିକୁ ଶ୍ରେୟା ଘୋଷାଲ ଗାଇଥିଲେ ଯାହାକି ଆଜି ମଧ୍ୟ ବହୁ ଲୋକଙ୍କ ପସନ୍ଦର ଗୀତ ହୋଇ ରହିଛି। ଦର୍ଶକଙ୍କ ଆଶା ରହିଛି କି ପ୍ରଥମ ସିଜିନ ଭଳି ଏହି ଥର ମଧ୍ୟ ସେମାନଙ୍କୁ କିଛି ନୂଆ ଏବଂ ଭିନ୍ନ ଦେଖିବାକୁ ମିଳିବ।

ଏବେ ଦେଖିବାର ବିଷୟ ଯେ ରାମ ଓ ସାକ୍ସିଙ୍କ ଲୋକପ୍ରିୟତାକୁ ନକୁଳ ଓ ଦିଶାଙ୍କ ଯୋଡି ବଜାୟ ରଖି ପାରୁଛନ୍ତି କି ନାହିଁ।

Leave A Reply

Your email address will not be published.