ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

କାଲିଠୁ ପାରାଲିମ୍ପିକ୍, ଓଡ଼ିଆ ପୁଅ ପ୍ରମୋଦଙ୍କ ଉପରେ ନଜର

0

କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ । ଏଥିରେ ୪୦ ଜଣ ପୁରୁଷ, ୧୪ ଜଣ ମହିଳାଙ୍କ ସମେତ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଟେବୁଲ ଟେନିସ.ଶକ୍ତି ଉତ୍ତୋଳନ ଓ ତାଏକୋଣ୍ଡା ଖେଳାଳିମାନେ ଟୋକିଓରେ ପହଞ୍ଚିସାରିଛନ୍ତି। ଟୋକିଓରେ
ପହଞ୍ଚି ସାରିଥିବା ଟେବୁଲ ଟେନିସ ଖେଳାଳି ସୋନାଲ ପଟେଲ ଓ ଭାବିନା ପଟେଲଙ୍କର ୨୫ରେ ମ୍ୟାଚ ରହିଛି । ତେଣୁ ସେମାନେ ଉଦଘାଟନୀ ଉତ୍ସବରୁ
ଦୂରେଇ ରହିବେ। ଏହି ଉତ୍ସବରେ ଉାରତୀୟ ଦଳରୁ ମୋଟ ୧୧ ଜଣ ସଦସ୍ୟ ସାମିଲ ହେବେ। ଓଡିଆ ପୁଅ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ
ଭଗତଙ୍କ ଉପରେ ସ୍ୱତନ୍ତ୍ର ନଜର ରହିଛି।

ପାରାଲିମ୍ପିକ୍‌ରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏବେ ସୁଦ୍ଧା ୭ ଭାରତୀୟ ଟୋକିଓରେ ଅଂଶ ଗ୍ରହଣ କରିସାରିଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଭାରତୀୟ କ୍ରୀଡାବିତମାନଙ୍କ ମଧ୍ୟରୁ ଏକାଧିକ ପଦକ ଆଶା ରଖିଛନ୍ତି। ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନରେ ଓଡିଆ ପୁଅ
ପ୍ରମୋଦ ଭଗତ ପାରାଲିମ୍ପିକ୍‌ରେ ଭାଗ ନେଇଛନ୍ତି। ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରହିଛି। ସେ ଦୁବାଇ ଟୁର୍ଣ୍ଣାମେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ତେଣୁ ପାରାଲିମ୍ପିକ୍‌ରେ ସେ ସ୍ୱର୍ଣ୍ଣ ଜିତିବା ନେଇ ଆଶା ରହିଛି।

ସେହିପରି କ୍ଲବ ଥ୍ରୋ ଏଫ୍‌ ୫୧ରେ ଧରମବୀର ନୈନ, ଏଫ୫୨ ଡିସକସ ଥ୍ରୋରେ ବିନୋଦ କୁମାର, ଟି୪୭ ଉଚ୍ଚଡିଆଁରେ ରାମ ପାଲ, ଟି ୬୩ ହାଇଜମ୍ପ୍‌ରେ
ମାରିୟାପ୍ପାନ ଥାଙ୍ଗାଭାଲୁ, ଟି ୬୪ ଉଚ୍ଚ ଡିଆଁରେ ପ୍ରବୀଣ କୁମାର, ପୁରୁଷ ଜାଭଲିନ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ, ମହିଳା ୫୦ କିଗ୍ରା ଶକ୍ତି ଉତ୍ତୋଳନରେ ସାକିନା ଖାତୁନ,ବନ୍ଧୁକ ଚାଳନା ପୁରୁଷ ବର୍ଗରେ ମନୀଷ ନରୱାଲ, ଦୀପେନ୍ଦର ସିଂହଙ୍କ ଉପରେ ନଜର ରହିଛି। ଏହି ପାରାଲିମ୍ପିକ୍ସ ୫୪ ଜଣ ପ୍ରତିଯୋଗୀ ଭାଗ
ନେବେ, ଯାହା ସର୍ବାଧିକ। ଆଜି ଜାପାନ ସମ୍ରାଟ ନାରୁହିତୋ କ୍ରୀଡାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.