୫ ମାଓବାଦୀଙ୍କୁ ଏନକାଉଣ୍ଟର କଲା ଓଡ଼ିଶା ପୁଲିସ
ସର୍ଚ ଅପରେସନ୍ ଜୋରଦାର, ମାଲକାନଗିରିରେ ଆଲର୍ଟ ଜାରି
ଭୁବନେଶ୍ୱର:ସୀମାନ୍ତ ଛତିଶଗଡରେ ମାଓବାଦୀ ଅପରେସନ୍ ଜୋରଦାର କରିଛନ୍ତି । ନିକଟରେ ଜଣେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧି (ଡିଡି କ୍ୟାମେରା ମ୍ୟାନ) ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା କରିଥିଲେ । ଆଜି କିନ୍ତୁ ମାଲକାନଗିରି ଜିଲ୍ଲାରେ ପୁଲିସ ଏହାର ପ୍ରତିଶୋଧ ନେଇଛି । ଚିତ୍ରୋକୋଣ୍ଡା ସଂଲଗ୍ନ ବିଚ୍ଛିନ୍ନାଞ୍ଚଳ ପାପଲୁର ଗାଁ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ପୁଲିସ ଏନକାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଦାନ୍ତ ମାଓ ନେତା ରଣଦେବ ଖସିଯିବାରେ ସକ୍ଷମ ହୋଇଛି । ଓଡ଼ିଶା ପୁଲିସର ଏହି ସଫଳତାକୁ ସବୁ ମହଲ ସାବାସୀ ଦେଇଛନ୍ତି ।
ଅପରେସନ୍ ଦାୟିତ୍ୱରେ ଥିବା ଏଡିଜି ଆର୍ ପି କୋଚେ ଗଣମାଧ୍ୟମକୁ କହିଛନ୍ତି, ପାପଲୁର ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀ ଏକାଠି ହୋଇଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ସେମାନଙ୍କ ସହିତ କିଛି ଟପ୍ କ୍ୟାଡର ମାଓବାଦୀ ବି ଥିଲେ । ଠୋସ୍ ଖବର ପାଇବା ପରେ ଓଡ଼ିଶା ପୁଲିସ ଓ ଏସ୍ଓଜି (ସ୍ପେସାଲ ଅପରେସନ୍ ଗ୍ରୁପ)କୁ ନେଇ ଏକ ଟିମ୍ ଗଠନ ହୋଇଥିଲା । ସେମାନେ ତତ୍କାଳ ଅପରେସନ୍ ଆରମ୍ଭ କରିଥିଲେ ।
ପୁଲିସ କମ୍ୱିଂ କରୁଥିବା ବେଳେ ଅପରପଟରୁ ମାଓବାଦୀମାନେ ଗୁଳିଚାଳନା କରିିଥିଲେ । ଫଳରେ ପୁଲିସ ମଧ୍ୟ ପାଲଟା ଗୁଳିଚଳାଇଥିଲା । ରାତିତମାମ ଏହି ଗୁଳିଚାଳନା ଚାଲିଥିଲା । ପୁଲିସ ଗୁଳିରେ ଜଣେ ମହିଳା କ୍ୟାଡର ସହିତ ମୋଟ ୫ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ସେମାନଙ୍କ କ୍ୟାମ୍ପ ନିକଟରେ ପୁଲିସ ପହଞ୍ଚି ଦୁଇଟି ଇନସାସ୍ ରାଇଫଲ୍ସ, ଗୋଟିଏ ଏସ୍ଏଲ୍ଆର୍ ଓ ୩୦୩ ବନ୍ଧୁକ ଜବତ କରିଛି । ଏହି ଦଳର ନେତୃତ୍ୱ ରଣଦେବ ନେଉଥିଲା ।
ପୁଲିସ ଏବେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ହାଇ ଆଲର୍ଟ ଜାରି କରିଛି । ଅପରେସନ୍ ଜୋରଦାର କରିବା ଲାଗି ଅଧିକ ଫୋର୍ସ ପଠାଯାଇଛି । ପାପଲୁର ସଂଲଗ୍ନ ଜଙ୍ଗଲକୁ ପୁଲିସ ଘେରାଉ କରି ରଖିଛି । ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏମିତି ଅପରେସନ୍ ଆଗରୁ କେବେ ହୋଇନଥିଲା । ଏହାକୁ ଏକ ସଫଳ ଅପରେସନ୍ ବୋଲି ଡିଜି କହିଛନ୍ତି ।
ପ୍ରମୁଖ ଖବର
ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ