ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ରାଜସ୍ଥାନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲା ‘ତାଲିବାନ ଟିମ୍’

0

ଜୟପୁର: ଗୋଟିଏ ପଟେ ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତାଲିବାନ ନାଁକୁ ନେଇ ଦେଖାଦେଇଛି ବିବାଦ। କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପହଞ୍ଚିଲେ ତାଲିବାନ ନାମକ ଟିମ। ଆଉ ଏହାକୁ ନେଇ ଆରମ୍ଭ ହୋଇଛି ହଲ୍ଳାବୋଲ। ଏଭଳି ଖବର ଆସିଛି ରାଜସ୍ଥାନରୁ।

ଖବର ଅନୁସାରେ, ରାଜସ୍ଥାନର ଜୈସଲମେର ଜିଲ୍ଲାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ତାଲିବାନ ନାମକ ଏକ ଟିମ ଭାଗ ନେଇଥିଲା। ଯାହାକୁ ନେଇ ଗାଁରେ ବିବାଦ ଦେଖାଦେଇଛି। ଏହି ଗାଁ ପୋଖରଣରୁ ପାଖାପାଖି ୩୬ କିଲୋମିଟରେ ଦୂରରେ ଅବସ୍ଥିତ। ଏହି ସ୍ଥାନକୁ ସମ୍ବେଦନଶୀଳ ଏଥିପାଇଁ କୁହାଯାଏ କି, ପୋଖରଣ ଫାୟାରିଂ ରେଞ୍ଜ୍‌ରେ ଅବସ୍ଥିତ। ଏଠାକୁ ନିୟମିତ ସୈନିକଙ୍କ ଯାତାୟାତ ଲାଗିରହିଥାଏ।

ତେବେ କ୍ରିକେଟ ଟୁଣ୍ଣାମେଣ୍ଟ ଆୟୋଜକଙ୍କ କହିବା କଥା, ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପୂର୍ବର ଏହି ଟିମକୁ ହଟାଇ ଦିଆଯାଇଛି। ଏହା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ତେବେ ଚଳିତ ଥର ଅନଲାଇନ ସ୍କୋରିଂ କାରଣରୁ ଏଭଳି ହୋଇଥିବା ଆୟୋଜକ କହିଛନ୍ତି ।

Leave A Reply

Your email address will not be published.