ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

୨୭୧ ଜଣଙ୍କ ବଢିଲା, ୪୫୯ ଜଣଙ୍କ କମିଲା

0

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ଫଳାଫଳ। ପାସହାର ରହିଛି ୮୦. ୮୩ ପ୍ରତିଶତ। ୮ ହଜାର ୪୯୧ ଜଣଙ୍କ ମଧ୍ୟରୁ ୫ ହଜାର ୨୩୩ ଜଣ ଛାତ୍ରାଛାତ୍ରୀ ପାସ କରିଛନ୍ତି। ସେଥିରୁ ୩ ହଜାର ୧୦୦ ଜଣ ଛାତ୍ର ଥିବା ବେଳେ ୨ ହଜାର ୧୩୩ ଜଣ ଛାତ୍ରୀ ଅଛନ୍ତି।

ମାର୍କରେ ଅସନ୍ତୁଷ୍ଟ ଥାଇ ଅଫଲାଇନ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ପୂର୍ବ ନମ୍ବର ଅପେକ୍ଷା ବଢିଛି । ଅନଲାଇକ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢିଛି । ହେଲେ ୪୫୯ ଛାତ୍ରଛାତ୍ରୀଙ୍କ ନମ୍ବର ପୂର୍ବରୁ ଯାହା ଥିଲା ସେଥିରୁ ଆହୁରି କମିଯାଇଛି । ସେହିପରି ୧୪୧ ଜଣ ପିଲା ଫେଲ ହୋଇଛନ୍ତି। ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ବିଷୟରେ ଅନୁପସ୍ଥିତ ଥିଲେ।

କରୋନା କାଳରେ ପରୀକ୍ଷା ହୋଇଥିବାରୁ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ତେଣୁ ଫେଲ ହୋଇଥିବା ପିଲା ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବରକୁ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସେହିପରି ୫ ହଜାର ୨୩୩ ଜଣ ଛାତ୍ରାଛାତ୍ରୀ ପାସ କରିଥିବା ବେଳେ ଏ ୱାନ ପାଇଛନ୍ତି ୪୨ ଜଣ । ଏ ଟୁ ପାଇଛନ୍ତି ୨୫୫ ଜଣ,ବି ୱାନ ପାଇଛନ୍ତି ୩୪୮ ଜଣ, ବି ଟୁ ୪୫୮ ଜଣ ଛାତ୍ରଛାତ୍ରୀ ପାଇଛନ୍ତି । ସେହିପରି ସିରେ ୫୯୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଡିରେ ୮୪୬ ଜଣ, ଇରେ ୨ ହଜାର ୬୮୫ଜଣ, ଏଫ ଗ୍ରେଡରେ ୧୪୧ ଜଣ ଛାତ୍ରଛାତ୍ରୀ ଅଛନ୍ତି।

କରୋନା ପାଇଁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ଏହା ପରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ହେଲେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ । ତେବେ ଅଫଲାଇନ ପରୀକ୍ଷା ଫଳକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ସେପଟେମ୍ବର ୮ ସୁଦ୍ଧା ରି ଚେକିଂ ଆବେଦନ ଛାତ୍ରଛାତ୍ରୀ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.