ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

୧୨ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ବିଦ୍ୟୁତ

0

ପୁରୀରେ କ୍ଷେତ୍ରରେ କିନ୍ତୁ ମାସେ ଲାଗିବ
ଫନି ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି କାରଣରୁ ୪୧ଜଣଙ୍କର ମୃତ୍ୟୁ ହେଲାଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ, ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ବୁଧବାର ସନ୍ଧ୍ୟା ସୁଦ୍ଧା ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଓ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯିବ । ୧୨ ତାରିଖ ସୁଦ୍ଧା ବିଦ୍ୟୁତ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପୁଣି ପ୍ରତିଶ୍ରୁତି ମିଳିଛି ।
ଅନ୍ୟପକ୍ଷରେ ଆଜି ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗର ଶାସନ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ କହିଥିଲେ ଯେ ପୁରୀକୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହେବା ଲାଗି ମାସେ ପାଖାପାଖି ସମୟ ଲାଗିଯିବ । ଆସନ୍ତା ୧୨ ତାରିଖ ସୁଦ୍ଧା ପୁରୀ ଏବଂ ନିମାପଡାରେ ବିଦ୍ୟୁତ ପ୍‍୍ରଦାନ କାର୍ଯ୍ୟ ଆରମ୍ଭ ହେବ । ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଅଧିକ କୁଶଳୀ ଶ୍ରମିକ ଅାସୁଛନ୍ତି । ଏବେ ସୁଦ୍ଧା ୫୦୦୦ ହଜାର ଗ୍ୟାଙ୍ଗମାନେ କାର୍ଯ୍ୟରେ ଲାଗିଥିବା କୁହାଯାଇଛି ।

Leave A Reply

Your email address will not be published.