ଫନି ପ୍ରଭାବରେ ୧୪ଟି ଜିଲ୍ଲାରେ ବହୁସଂଖ୍ୟକ ସ୍କୁଲ ଓ ସ୍ବାସ୍ଥ୍ୟକନେ୍ଦ୍ର ଗୃହ, ଗଛ, ଗ୍ରୀଷ୍ମକାଳୀନ ଫସଲ, ପନିପରିବା ନଷ୍ଟ ହୋଇଛି। ସରକାରଙ୍କ ପ୍ରାରମ୍ଭିକ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ହିସାବ ଅନୁସାରେ,
୫୨୪୪ଟି ପ୍ରାଥମିକ ବିଦ୍ୟାଳୟ, ୫୪୭ଟି ଉଚ୍ଚ ପ୍ରାଥମିକ ଓ ବିଦ୍ୟାଳୟ, ୧୮୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ନଷ୍ଟ ହୋଇଛି। ଏସବୁ ମଧ୍ୟରୁ କାହାର ଛାତ ଉଡିଯାଇଛି ତ ଆଉ କାହାର ଘର ଭାଙ୍ଗିଛି। ସହେିଭଳି ୧୦୩୧ଟି ସ୍ଥାନୀୟ ଡାକ୍ତରଖାନା ଗୃହ ଭାଙ୍ଗିଛି।
୫୫୯୬ କି.ମି. ରାସ୍ତା ଓ ୩୨୬ଟି କଲ୍ର୍ଭଟ ଭାଙ୍ଗିଛି। ଖରାଦିନିଆ ଫସଲ ଯଥା: ଧାନ, ରବି ଫସଲ, ପନିପରିବା ସହିତ ଆମ୍ବ, ନଡ଼ିଆ, ପଣସ ଆଦି ଫଳ ଚାଷ ଉଜୁଡ଼ିଛି। ଫନି ଯୋଗୁଁ ବିଦ୍ୟୁତ୍ ଭିତ୍ତିଭୂମି ନୁହେଁ ଟଲେିକମ୍ ବ୍ୟବସ୍ଥା ସଂପୂର୍ଣ୍ଣ ବିର୍ପଯ୍ୟସ୍ତ ହୋଇଛି। ଫଳରେ ପୁରୀ, ଭୁବନଶେ୍ବର, ଖୋର୍ଧାରେ ଟାୱାର ଭାଙ୍ଗି ପୂରା ଠପ୍ ହୋଇଛି ମୋବାଇଲ୍ ସବୋ।
ସହେିଭଳି ରାଜ୍ୟର ଉପକୂଳ ଅଞ୍ଚଳରେ ୪୦୦ କଭେି/ ୨୦୦ କଭେି ଟାୱାର୍, ଗ୍ରିଡ୍ ସବ୍ଷ୍ଟସେନ୍, ୧୧ କଭେି ଲାଇନ୍ ସବୁ ଉଜୁଛି ଯାଇଛି। ୩୦ ଲକ୍ଷରୁ ଅଧିକ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି।
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ