ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

୧୨ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ବିଦ୍ୟୁତ

0

ପୁରୀରେ କ୍ଷେତ୍ରରେ କିନ୍ତୁ ମାସେ ଲାଗିବ
ଫନି ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି କାରଣରୁ ୪୧ଜଣଙ୍କର ମୃତ୍ୟୁ ହେଲାଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ, ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ବୁଧବାର ସନ୍ଧ୍ୟା ସୁଦ୍ଧା ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଓ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯିବ । ୧୨ ତାରିଖ ସୁଦ୍ଧା ବିଦ୍ୟୁତ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପୁଣି ପ୍ରତିଶ୍ରୁତି ମିଳିଛି ।
ଅନ୍ୟପକ୍ଷରେ ଆଜି ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗର ଶାସନ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ କହିଥିଲେ ଯେ ପୁରୀକୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହେବା ଲାଗି ମାସେ ପାଖାପାଖି ସମୟ ଲାଗିଯିବ । ଆସନ୍ତା ୧୨ ତାରିଖ ସୁଦ୍ଧା ପୁରୀ ଏବଂ ନିମାପଡାରେ ବିଦ୍ୟୁତ ପ୍‍୍ରଦାନ କାର୍ଯ୍ୟ ଆରମ୍ଭ ହେବ । ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଅଧିକ କୁଶଳୀ ଶ୍ରମିକ ଅାସୁଛନ୍ତି । ଏବେ ସୁଦ୍ଧା ୫୦୦୦ ହଜାର ଗ୍ୟାଙ୍ଗମାନେ କାର୍ଯ୍ୟରେ ଲାଗିଥିବା କୁହାଯାଇଛି ।

Leave A Reply

Your email address will not be published.