ନିର୍ଦେଶ ନ ମାନିଲେ, ଲାଇସେନସ ରଦ୍ଦ ଧମକ
ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦାୟିତ୍ୱରେ ଥିବା ୬ଜଣ ଆଇଏଏସ୍ ଅଫିସର ତୁହାକୁ ତୁହା ବୈଠକ ଜାରି ରଖିଥିବା ବେଲେ ଅନ୍ୟପଟେ ରାଜ୍ୟ ସରକାର ଆଜି ବିଦୁ୍ୟତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଡ ବଡ ଠିକାଦାରଙ୍କୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି ଯେଉଁ ଠିକାଦାରମାନେ ରାଜ୍ୟ ସରକାରଙ୍କ ଆଦେଶ ନ ମାନିବେ,ସରକାର ସେମାନଙ୍କ ଲାଇସେନସ ରଦ୍ଦ କରିବାକୁ ବାଧ୍ୟ ହେବେ । ଏବେ ପାଖାପାଖି ୬୪୪ ଜଣ ଏଚଟି କଣ୍ଟ୍ରାକ୍ଟର ଥିବା ସୂଚନା ମିଳିଛି ।
ଅନ୍ୟପଟେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ୱିିଟ୍ କରି କହିଛନ୍ତି ଯେ ଓଡ଼ିଶାକୁ ୨୦୫୫ ଜଣ ଶ୍ରମିକଙ୍କୁ ପଠାଯାଇଛି ଓଡ଼ିଶା । ତେଲେଙ୍ଗାନା ସରକାର ମଧ୍ୟ ୧୦୦୦ ଶ୍ରମିକଙ୍କୁ ପଠାଇଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ