ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଫଗାନ ଛାଡିଲା ଆମେରିକା, ତାଲିବାନୀ କହିଲେ ଆମେ ଏବେ ସ୍ବାଧୀନ

0

୨୦ ବର୍ଷ ପରେ ଆଫଗାନିସ୍ତାନରୁ ସେନା ହଟାଇଲା ଆମେରିକା

ଯେଉଁ ତାରିଖ ଧାର୍ଯ୍ୟ କରାଯାଇଥିଲା, ସେହି ସମୟ ଭିତରେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିନେଇଛି ଆମେରିକା। ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ୨୦ ବର୍ଷ ପରେ ଆମେରିକା ଆଫଗାନିସ୍ତାନରୁ ସଂପୂର୍ଣ୍ଣ ରୂପେ ସେନା ପ୍ରତ୍ୟାହାର କରିଛି। ଗତକାଲି ବିଳମ୍ବିତ ରାତିରେ ସେନାର ସି -୧୭ ବିମାନ କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ଛାଡିଛି । ଏହା ସହ ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ଶେଷ ହୋଇଛି। ଅନ୍ୟପଟରେ ତାଲିବାନମାନେ ତୁରନ୍ତ କାବୁଲ ବିମାନବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏଥିସହିତ ଘୋଷଣା କରିଛନ୍ତି ଯେ ଆଫଗାନ୍ ଏବେ ତାଙ୍କ ନିୟନ୍ତ୍ରଣରେ। ସେମାନେ ଏବେ ସ୍ବାଧୀନ। ତାଲିବାନ ପ୍ରବକ୍ତା ସୁହେଲ ସାହିନ ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ଏକ ଟୁଇଟ କରି ଏକଥା କହିଛନ୍ତି।

ପେଣ୍ଟାଗନ ପକ୍ଷରୁ ଆମେରିକା ସେନା ଆଫଗାନିସ୍ତାନ ଛାଡିବା ନେଇ କୁହାଯାଇଛି। ଆଶା କରାଯାଉଥିଲା ଆମେରିକା ସେନା ଆଉ କିଛି ଦିନ ସେଠାରେ ଆଫଗାନିସ୍ତାନ ଲୋକଙ୍କୁ ଉଦ୍ଧାର ପାଇଁ ମହଜୁଦ ରହିଥାନ୍ତେ। କିନ୍ତୁ ଏମିତି କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ୍ ମନା କରିଦେଇଛନ୍ତି। ବରଂ ଆମେରିକା ସ୍ପଷ୍ଟ ଭାବେ କହିଛି ଯେ ଆଉ ଆମେରିକା ସେନାଙ୍କ ଜୀବନହାନି ହେବାକୁ ଦିଆଯିବନାହିଁ। ଆଫଗାନିସ୍ତାନ ଛାଡିବାର କାରଣ ନେଇ ଦେଶବାସୀଙ୍କୁ ଅବଗତ କରାଇବୁ ବୋଲି ବାଇଡେନ କହିଛନ୍ତି।

ସେନା ପ୍ରତ୍ୟାହାର ଶେଷ ପରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ୍ କିନ୍ତୁ କହିଛନ୍ତି ଯେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟରୁ ଆମେ ଓହରିବୁ ନାହିଁ। ଯେଉଁମାନେ ଆଫଗାନିସ୍ତାନରୁ ଫେରିବାକୁ ଚାହିଁବେ ସ୍ୱାଗତ କରିବୁ। ମାନବିକତା ଦୃଷ୍ଟିରୁ ଆଫଗାନିସ୍ତାନର ନାଗରିକ ପ୍ରତି ସହାୟତା ଜାରି ରହିବ। ସରକାରଙ୍କ ଜରିଆରେ ନୁହେଁ, ଅନୁଷ୍ଠାନ ଜରିଆରେ ସହାୟତା ଦିଆଯିବ ବୋଲି ସେ କହିଛନ୍ତି। ସେହିପରି ଆଫଗାନିସ୍ତାନ ପ୍ରସଙ୍ଗରେ ୟୁଏନଏସସିରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ତାଲିବାନ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ନେଇ ୟୁଏନଏସସିରେ ସହମତି ପ୍ରକାଶ ପାଇଛି।ଆଫଗାନ ଓ ଅନ୍ୟଦେଶର ନାଗରିକଙ୍କ ଯାତାୟାତରେ ବାଧାସୃଷ୍ଟି ନକରି ତାଲିବାନ ପ୍ରତିଶ୍ରୁତି ପାଳନ କରୁ ବୋଲି କୁହାଯାଇଛି । ଅଗଷ୍ଟ ୨୬ରେ ଆଇଏସଏସ-କେ ଦ୍ୱାରା କରାଯାଇଥିବା କାବୁଲରେ ବିସ୍ଫୋରଣକୁ ମଧ୍ୟ ନିନ୍ଦା କରାଯାଇଛି।

ଆମେରିକା ଆଫଗାନିସ୍ତାନରୁ ୧୮ ଦିନରେ ୧ ଲକ୍ଷେ ୨୩ ହଜାର ଲୋକଙ୍କୁ ଉଦ୍ଧାର କରିଛି। ଆମେରିକା ସେନା ପ୍ରତ୍ୟାହାର ଘୋଷଣା ପରେ ଏମାନେ ଫେରିଛନ୍ତି। ଆମେରିକା ୬ ହଜାର ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶରେ ଲୋକ ମଧ୍ୟ ଏ ମଧ୍ୟରେ ଥିବା ସୂଚନା ମିଳିଛି। ଆଉ କିଛି ଆଫଗାନ ନାଗରିକ ମଧ୍ୟ ତାଲିବାନ ଭୟରେ ଦେଶ ଛାଡିଥିଲେ। ଯାହା ଆଶା କରାଯାଇଥିଲା ସେହି ଅନୁସାରେ ଲୋକଙ୍କୁ ଉଦ୍ଧାର କରାଯାଇନାହିଁ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

ଏଠାରେ ଉଲ୍ଲେଖଥାଉକି, ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସୈନ୍ୟଙ୍କୁ ଦେଶ ଛାଡିବା ଲାଗି ତାଲିବାନୀ କଣ୍ଟ ଦେଇଥିଲେ।

Leave A Reply

Your email address will not be published.