ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

‘ମନି ହାଇଷ୍ଟ୍’ ପାଇଁ ଅଫିସ ଛୁଟି

0

ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ ‘ମନି ହାଇଷ୍ଟ୍’କୁ ନେଇ ସବୁଆଡେ କ୍ରେଜ । ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ କେବେଠୁ ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେଉଛି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି , ଏହି ୱେବସିରିଜ ଦେଖିବାକୁ ଗୋଟେ କମ୍ପାନି ତା କର୍ମଚାରୀଙ୍କୁ ଗୋଟେ ଦିନ ପାଇଁ ଛୁଟି ବି ଦେଇ ଦେଇଛି।

ରାଜସ୍ଥାନ ଜୟପୁରର ଏକ କମ୍ପାନି ତାର କର୍ମଚାରୀଙ୍କୁ ଗୋଟେ ଦିନ ପାଇଁ ଛୁଟି ଘୋଷଣା କରିଛି। ଆସନ୍ତା ୩ ତାରିଖ ଦିନ କମ୍ପାନିର ତାର କର୍ମଚାରୀଙ୍କ ପାଇଁ ନେଟ ଫ୍ଲିକ୍ସ ଏବଂ ଚିଲ ହଲି ଡେ ଛୁଟି ରୂପେ ଘୋଷଣା କରିଛି। କମ୍ପାନିର ସିଇଓ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କର୍ମଚାରଙ୍କ ପାଇଁ ଦିନଟିଏ ଛୁଟି ଘୋଷଣା କରିଥିବା କହିଛନ୍ତି।

‘ମନି ହାଇଷ୍ଟ୍’ ଶେଷ ସିଜିନର ଦୁଇଟି ପାର୍ଟ ଓଟିଟି ଫ୍ଲାଟପର୍ମ ନେଟଫ୍ଲିକ୍ସରେ ଉପଲବ୍ଧ ହେବ। ପ୍ରଥମଟି ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଥିବା ବେଳେ ଦ୍ୱିତୀୟଟି ଡିସେମ୍ବର ୩ରେ ଆସିବ। ମନି ହାଇଷ୍ଟ ୱେବ ସିରିଜର କ୍ରେଜ କେବେଳ ଭାରତରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ୱେବ ସିରିଜଟି ଡକାୟତି କାହାଣୀ ଉପରେ ଆଧାରିତ।

ପ୍ରଫେସର ଓ ତାଙ୍କ ଗ୍ୟାଙ୍ଗ କିଭଳି ଚାଲାକି ସହ ଡକାୟତି କରୁଛନ୍ତି ତାକୁ ନେଇ ତିଆରି ହୋଇଛି ୱେବସିରିଜ୍ । ପ୍ରଫେସର ଓ ବର୍ଲିନଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିଲେ । ପୂର୍ବରୁ ଏହାର ୪ଟି ସିଜିନ ଆସିସାରିଥିବା ବେଳେ ଏହା ଶେଷ ସିଜିନ।

Leave A Reply

Your email address will not be published.