ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

କାହିଁକି ହଠାତ୍ କାଶ୍ମୀରରେ ବଢିଲା ସୁରକ୍ଷା?

0

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବିଚ୍ଚିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସକାଳ ୫ଟାରେ ଜମ୍ମୁ କାଶ୍ମୀରର ହଇଦରପୋରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ପରେ ଲାଉଡସ୍ପିକର ଜରିଆରେ ତାଙ୍କର ସମର୍ଥନର ନାରା ଦିଆଯିବା ସହ ମୃତ୍ୟୁ ସୂଚନା ଦିଆଯାଇଥିଲା। ଅନ୍ତିମ ସଂସ୍କାରକୁ ଗିଲାନିଙ୍କ ପରିବାର ସଂପର୍କୀକଙ୍କୁ ଡାକିବାକୁ ଚାହଁଥିଲେ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନଥିଲା।

ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ସୟଦ ଅଲ୍ଲୀ ଶାହା ଗିଲାନି ବିଚ୍ଛିନ୍ନତାବାଦୀ ନେତା ଭାବେ ରାଜନୀତିରେ ସକ୍ରିୟ ସଦସ୍ୟ ଥିଲେ । ଗିଲାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏମିତିକି ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ହୁରିୟାତର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

କିଛି ବର୍ଷ ପୂର୍ବେ ଅସୁସ୍ଥତା ଯୋଗୁଁ ଗିଲାନିଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେହିଦିନ ଠାରୁ ସେ ଅସୁସ୍ଥ ଥିଲେ। ଗିଲାନି ହୁରିୟାତ ସଂଗଠନର ପ୍ରତିଷ୍ଠାତା
ସଦସ୍ୟ ଥିଲେ । ହେଲେ ପରବର୍ତ୍ତୀ ସମୟରେ ଦୂରେଇ ଯାଇଥିଲେ । ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗରେ ଅନେକ ମାମଲା
ବିଚାରଧୀନ ରହିଛି। ୨୦୦୨ରେ ଗିଲାନିଙ୍କ ବାସଭବନରେ ଇଡ଼ି ଚଢାଉ କରିଥିଲା।

Leave A Reply

Your email address will not be published.