ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କାହିଁକି ହଠାତ୍ କାଶ୍ମୀରରେ ବଢିଲା ସୁରକ୍ଷା?

0

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବିଚ୍ଚିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସକାଳ ୫ଟାରେ ଜମ୍ମୁ କାଶ୍ମୀରର ହଇଦରପୋରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ପରେ ଲାଉଡସ୍ପିକର ଜରିଆରେ ତାଙ୍କର ସମର୍ଥନର ନାରା ଦିଆଯିବା ସହ ମୃତ୍ୟୁ ସୂଚନା ଦିଆଯାଇଥିଲା। ଅନ୍ତିମ ସଂସ୍କାରକୁ ଗିଲାନିଙ୍କ ପରିବାର ସଂପର୍କୀକଙ୍କୁ ଡାକିବାକୁ ଚାହଁଥିଲେ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନଥିଲା।

ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ସୟଦ ଅଲ୍ଲୀ ଶାହା ଗିଲାନି ବିଚ୍ଛିନ୍ନତାବାଦୀ ନେତା ଭାବେ ରାଜନୀତିରେ ସକ୍ରିୟ ସଦସ୍ୟ ଥିଲେ । ଗିଲାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏମିତିକି ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ହୁରିୟାତର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

କିଛି ବର୍ଷ ପୂର୍ବେ ଅସୁସ୍ଥତା ଯୋଗୁଁ ଗିଲାନିଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେହିଦିନ ଠାରୁ ସେ ଅସୁସ୍ଥ ଥିଲେ। ଗିଲାନି ହୁରିୟାତ ସଂଗଠନର ପ୍ରତିଷ୍ଠାତା
ସଦସ୍ୟ ଥିଲେ । ହେଲେ ପରବର୍ତ୍ତୀ ସମୟରେ ଦୂରେଇ ଯାଇଥିଲେ । ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗରେ ଅନେକ ମାମଲା
ବିଚାରଧୀନ ରହିଛି। ୨୦୦୨ରେ ଗିଲାନିଙ୍କ ବାସଭବନରେ ଇଡ଼ି ଚଢାଉ କରିଥିଲା।

Leave A Reply

Your email address will not be published.